ମନୋରଞ୍ଜନ

ରୁବିନାଙ୍କ ପରେ ଭଉଣୀ ଜ୍ୟୋତିକା କରୋନା ସଂକ୍ରମିତ, ଆଇସୋଲେସନରେ ବି ଦୁହେଁ ମନାଉଛନ୍ତି ଖୁସି, ଇନ୍‌ଷ୍ଟାରେ ସେୟାର କରିଛନ୍ତି ଫଟୋ…

ମୁମ୍ବାଇ ୧୮/୦୫: ଟିଭି ଅଭିନେତ୍ରୀ ତଥା ବିଗ୍ ବସ୍ ୧୪ ବିଜେତା ରୁବିନା ଦିଲାଏକ୍ କିଛି ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ । ଏହା ପରେ ସେ ନିଜ ସହର ହିମାଚଳକୁ ଯାଇ ନିଜକୁ କ୍ୟାରେନଣ୍ଟାଇନ୍ କରିଥିଲେ । ବର୍ତ୍ତମାନ ରୁବିନାଙ୍କ ପରେ ତାଙ୍କ ଭଉଣୀ ଜ୍ୟୋତିକା ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।

ଜ୍ୟୋତିକାଙ୍କ କରୋନା ରିପୋର୍ଟ ପଜିଟିଭ ହେବା ପରେ ଉଭୟ ଏକାଠି କ୍ୟାରେନଣ୍ଟାଇନରେ ଅଛନ୍ତି। ଦୁଇ ଭଉଣୀ ମିଶି କ୍ୟାରେନଣ୍ଟାଇନ୍ ଟାଇମକୁ ଖୁବ୍ ଏଞ୍ଜଏ କରୁଛନ୍ତି । ନିକଟରେ ରୁବିନା କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଦୁଇ ଭଉଣୀ କ୍ୟାମେରା ଆଗରେ ପୋଜ୍ ଦେଇଥିବା ନଜର ଆସିଛନ୍ତି ।

ଏହି ଫଟୋଗୁଡିକୁ ଦେଖିଲେ ଲାଗୁଛି ଯେ ଉଭୟ ଭଉଣୀ କରୋନା ସଂକ୍ରମିତ ହେବା ପରେ ମଧ୍ୟ ଭୟ କରୁ ନାହିଁ, ବରଂ ସାହସ ଏବଂ ଏଞ୍ଜଏ କରି ଏହାର ସାମ୍ନା କରୁଛନ୍ତି । ଏହି ଫଟୋଗୁଡିକୁ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ‘ଏକାଠି କ୍ୱାରେନଣ୍ଟାଇନ ହୋଇଥିବା ଭଉଣୀ ଏକାଠି ଭଲ ହୋଇଥାନ୍ତି ।‘

ରୁବିନା ମେ ୧ ରେ କରୋନା ସଂକ୍ରମିତ ହୋଇଥିଲେ । ସେ ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍ସମାନଙ୍କୁ ତାଙ୍କର ସଂକ୍ରମଣ ବିଷୟରେ ସୂଚନା ଦେଇଥିଲେ। ରୁବିନା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ, ‘ମୁଁ ସବୁବେଳେ ପଜିଟିଭ ପ୍ରତି ଧ୍ୟାନ ଦେଇଥାଏ !! ବର୍ତ୍ତମାନ ମୁଁ ଏକ ମାସ ପରେ ପ୍ଲାଜ୍ମା ଦାନ କରିବାକୁ ସମର୍ଥ ହେବି । ୧୭ ଦିନ ପାଇଁ ମୁଁ ନିଜକୁ ଘରେ କ୍ୱାରେନଣ୍ଟାଇନ କରିଛି । ଯେଉଁମାନେ ଗତ ୫ ରୁ ୭ ଦିନ ମଧ୍ୟରେ ମୋ ସମ୍ପର୍କରେ ଆସିଛନ୍ତି , ଦୟାକରି ନିଜର ଟେଷ୍ଟ କରାଇ ନିଅନ୍ତୁ

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ