କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ, ରୁଦ୍ରାକ୍ଷକଳ୍ପ, ରୁଦ୍ରାକ୍ଷ ମାହାତ୍ମ୍ୟ ଆଦି ଗ୍ରନ୍ଥରେ ରୁଦ୍ରାକ୍ଷ ମହିମା ସମ୍ପର୍କରେ ଉଲ୍ଲେଖ ରହିଛି | ରୁଦ୍ରାକ୍ଷ ସମସ୍ତଙ୍କ ଲଭଦାୟୀ | କିନ୍ତୁ ମୁଖ ଅନୁସାରେ ଏହାର ମହତ୍ୱ ଭିନ୍ନ ଭିନ୍ନ ରହିଥାଏ | ପ୍ରତ୍ୟେକ ରୁଦ୍ରାକ୍ଷ ଉପରେ ଧାରା ରହିଥାଏ | ଧାରା ଅନୁଯାୟୀ ରୁଦ୍ରାକ୍ଷର ମୁଖ ନିର୍ଣ୍ଣୟ ହୋଇଥାଏ | ରୁଦ୍ରାକ୍ଷ ଏକମୁଖୀ ରୁ ଏକୋଇଶ ମୁଖୀ ରହିଛି |

ଧାର୍ମିକ ମାନ୍ୟତା ଅନୁସାରେ ଯେଉଁ ଘରେ ନିୟମିତ ରୁଦ୍ରାକ୍ଷ ପୂଜା ହୋଇଥାଏ ସେଠାରେ ଅନ୍ନ, ବସ୍ତ୍ର, ଧନର ଅଭାବ ରହେନାହିଁ | ଏମିତି ଘରେ ସର୍ବଦା ମା ଲକ୍ଷ୍ମୀ ବାସ କରନ୍ତି | ବିଶ୍ୱାସ ରହିଛି ଯେ ରୁଦ୍ରାକ୍ଷ ଧାରଣ କରୁଥିବା ବ୍ୟକ୍ତି କିମ୍ବା ପୂଜା କରୁଥିବା ବ୍ୟକ୍ତି ଶେଷ ସମୟରେ ଶରୀରକୁ ତ୍ୟାଗ କରି ଶିବଲୋକରେ ସ୍ଥାନ ପ୍ରାପ୍ତ କରିଥାଏ | ପୁରାଣରେ ଉଲ୍ଲେଖ ରହିଛି ଯେ ସତୀଙ୍କ ଦେହ ତ୍ୟାଗରେ ଶିବ ଅତ୍ୟନ୍ତ ଦୁଖୀ ହୋଇଯାଇଥିଲେ | ଶିବଙ୍କ ଆଖିରୁ ଝରିଥିବା ଲୁହ ଯେଉଁଠାରେ ପଡିଥିଲା ସେଠାରେ ରୁଦ୍ରାକ୍ଷ ଉତ୍ପନ୍ନ ହୋଇଥିଲା | ସେଥିପାଇଁ ରୁଦ୍ରାକ୍ଷ ଧାରଣ କରୁଥିବା ବ୍ୟକ୍ତିଙ୍କ ସମସ୍ତ ଦୁଃଖ ଭଗବାନ ଶିବ ହରଣ କରିନିଅନ୍ତି ବୋଲି ବିଶ୍ୱାସ ରହିଛି |

ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ରୁଦ୍ରାକ୍ଷ ଧାରଣର ଅନେକ ମହତ୍ୱ ରହିଛି | ଜ୍ୟୋତିଷଶାସ୍ତ୍ର ଅନୁସାରେ ମଣିଷ ରୋଗାକ୍ରାନ୍ତ ହେବାର ସବୁଠାରୁ ବଡ କାରଣ ଗ୍ରହମାନଙ୍କର ପ୍ରତିକୂଳତା | ରୁଦ୍ରାକ୍ଷ ଧାରଣ କରିବାରୁ ଗ୍ରହଙ୍କ ପ୍ରତିକୂଳତା ଦୂର ହୋଇଥାଏ | ଶନିଙ୍କ ସାଢେସାତି ହେଉ କିମ୍ବା ଶନି ଚନ୍ଦ୍ରମାଙ୍କୁ ପୀଡିତ କରି ଆପଣଙ୍କୁ କଷ୍ଟ ଦିଅନ୍ତୁ, ରୁଦ୍ରାକ୍ଷ ସବୁ ଦୃଷ୍ଟିରୁ ଫଳଦାୟୀ ହୋଇଥାଏ |

ଯଦି କୁଣ୍ଡଳୀରେ କଳସର୍ପ ଦୋଷ ଥାଏ ଏବଂ ଜୀବନରେ ସମସ୍ୟା ଦେଖାଦିଏ ତାହେଲେ ରୁଦ୍ରାକ୍ଷ ଧାରଣ କଲେ ଅନୁକୂଳ ଫଳ ପ୍ରାପ୍ତ ହୋଇଥାଏ | ଯଦି କୌଣସି ଶୁଭ ଦିନରେ ଗଙ୍ଗା ସ୍ନାନ କରିବାକୁ ଚାହୁଁଛନ୍ତି ଏବଂ କୌଣସି କାରଣବଶତଃ ଗଙ୍ଗାକୂଳକୁ ଯାଇ ନ ପାରନ୍ତି ତାହେଲେ ରୁଦ୍ରାକ୍ଷକୁ ମୁଣ୍ଡରେ ରଖି ଭଗବାନ ଶିବଙ୍କୁ ଧ୍ୟାନ କଲେ ଗଙ୍ଗା ସ୍ନାନର ଫଳ ପ୍ରାପ୍ତ ହୋଇଥାଏ |

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି ଧର୍ମ

ଶ୍ରୀଜିଉଙ୍କ ପାଇଁ ୫କିଲୋ ସୁନାରେ ନୂଆ ଅଳଙ୍କାର ତିଆରି ହେବ, ଦେବେ ମୁମ୍ବାଇର ଜଣେ ଭକ୍ତ : ଡିଜାଇନରେ ବାଜିଛି ମୋହର

ଭୁବନେଶ୍ୱର ୨୨।୧୦: ମହାପ୍ରଭୁଙ୍କ ନିର୍ମାଣ ହେବ ଆଉ ଏକ ସେଟ ସ୍ୱର୍ଣ୍ଣ ଅଳଙ୍କାର । ଏନେଇ ଜଣେ ଦାତା ୫ କିଲୋ ସୁନା ଦେବେ । ପୂର୍ବରୁ