ଦେଶ ବିଦେଶ ମନୋରଞ୍ଜନ

ରିୟାଲିଟି ଶୋ ‘ବିଗ ବସ’ ସେଟରେ ଅଗ୍ନିକାଣ୍ଡ, ନିଆଁ ଲିଭାରେ ଅଗ୍ନିଶମ ବାହିନୀର ୪ ଗାଡି ନିୟୋଜିତ

ମୁମ୍ୱାଇ,୧୩/୦୨: ସଲମାନ ଖାନଙ୍କ ରିୟାଲିଟି ଶୋ ‘ବିଗ ବସ’ ସେଟରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ପରେ ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳକୁ ୪ଟି ଦମକଳ ଗାଡି ପଠାଯାଇଛି । ତେବେ ‘ବିଗ ବସ’ ସେଟରେ କେଉଁଠି ନିଆଁ ଲାଗିଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ଅଗ୍ନିକାଣ୍ଡରେ କୌଣସି ପ୍ରକାର ଜନଜୀବନ କ୍ଷତି ହୋଇନଥିବା ଜଣାପଡିଛି ।

ମଧ୍ୟାହ୍ଣ ଗୋଟାଏ ସମୟରେ ମୁମ୍ୱାଇର ଗୋରେଗାଓଁ ସ୍ଥିତ ରିୟାଲିଟି ଶୋ ‘ବିଗ ବସ’ରେ ଅଗ୍ନିକାଣ୍ଡ ଘଟିଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ସଲମାନ ଖାନ ବିଗ ବସର ୧୫ତମ ସଂସ୍କରଣର ଫିନାଲେ ନିକଟରେ ଶେଷ ହୋଇଥିଲା। ବିଗ ବସର ୧୫ତମ ସଂସ୍କରଣରେ କରଣ କୁନ୍ଦ୍ରା, ସିମ୍ୱା ନାଗପାଳ, ନିଶାନ୍ତ ଭଟ୍ଟ, ସମିତା ସେଟ୍ଟୀ, ରଶ୍ମି ଦେସାଇ ଏବଂ ତେଜସ୍ୱୀ ପ୍ରକାଶଙ୍କ ପରି ସେଲିବ୍ରିଟି ସାମିଲ ହୋଇଥିଲେ। ତିନି ମାସରୁ ଅଧିକ ସମୟ ପରେ ତେଜସ୍ୱୀ ପ୍ରକାଶ ‘ବିଗ ବସ’ର ଟ୍ରିଫି ଜିତିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ