ଦେଶ ବିଦେଶ ମନୋରଞ୍ଜନ

ରିଲିଜ୍ ହେଲା ମ୍ୟୁଜିକ୍ ଭିଡିଓ ‘କ୍ୟା ଜାନ୍ ଲେଗୀ ମେରୀ’ : ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି ରଶ୍ମି, ଫ୍ୟାନ୍ କହିଲେ…

ମୁମ୍ବାଇ, ୨୪।୧୨: ଟିଭି ସିରିଏଲ ଅଭିନେତ୍ରୀ ରଶ୍ମି ଦେଶାଇଙ୍କ ମ୍ୟୁଜିକ ଭିଡିଓ ରିଲିଜ୍ ହୋଇଛି । ଏଥିରେ ସାହିର୍ ସେଖ ଓ ସନ୍ନା ସୟିଦ ମଧ୍ୟ ନଜର ଆସିଛନ୍ତି ।ଏହି ଭିଡିଓର ସଙ୍ଗସର ଟାଇଟଲ୍ ରହିଛି ‘କ୍ୟା ଜାନ୍ ଲେଗୀ ମେରୀ’ । ଭିଡିଓରେ ରଶ୍ନିଦେଶାଇ ନିଜ ବୋଲ୍ଡ ଅନ୍ଦାଜରେ ଫ୍ୟାନ୍ସଙ୍କୁ ମତୁଆଲା କରୁଛନ୍ତି । ତାଙ୍କର ଡ୍ୟାନ୍ସ ମୁଭସ୍ ସମସ୍ତଙ୍କୁ ପସନ୍ଦ ଆସିଛି ।

ଏହି ଗୀତକୁ ପଲାସ ମୁଛଲ ଓ ଅମିତ ମିଶ୍ର ଗାଇଛନ୍ତି । ଏହାର ଲିରିକ୍ସ ଲେଖିଛନ୍ତି ବିପିନ ଦାସ , ଆଲୋକ ଝା ଓ କୃଣାଲ ବର୍ମା ।ୟୁଟ୍ୟୁବରେ ରିଲିଜ ହୋଇଥିବା ଏହି ଭିଡିଓରେ ଫ୍ୟାନମାନେ ଭରପୁର କମେଣ୍ଟ କରୁଛନ୍ତି । ଜଣେ ଫ୍ୟାନ୍ ଲେଖିଛନ୍ତି ଯେ, ସାହିର ସେଖ ରକଷ୍ଟାର୍ ଭଳି ଲାଗୁଛନ୍ତି । ରଶ୍ମି ପ୍ରଫେସନାଲ ଡ୍ୟାନ୍ସର ଭଳି ଲାଗୁଛନ୍ତି । ସେହିପରି ଆଉ ଜଣେ ଲେଖିଛନ୍ତି ଯେ, ସାହିରଙ୍କ ମୁଭସ୍ ଓ ଏକ୍ସପ୍ରେସନ ଆକର୍ଷଣୀୟ ରହିଛି । ଆଉ ଜଣେ କଣେ ଜୀବନ ନେବ କି ବୋଲି ଲେଖିଛନ୍ତି ।

ଏହାପୂର୍ବରୁ ସାହିର ଓ ରଶ୍ମି ଦେଶାଇ, ସନ୍ନା ସୟିଦ ମ୍ୟୁଜିକ ଭିଡିଓ କ୍ୟା ଜାନ୍ ଲେଗି ମେରୀର ପୋଷ୍ଟର କରିଥିଲେ । ଏହାସହ ସେମାନେ କହିଥିଲେ ଯେ, ସେ କ୍ରିସମାସରେ ଫ୍ୟାନଙ୍କ ସରପ୍ରାଇଜ୍ ଦେବେ । ପ୍ରଫେସନାଲ ଲାଇଫକୁ ଦେଖିଲେ ରଶ୍ମିଙ୍କ ଓ୍ୱେବ ସିରିଜ୍ ତନ୍ଦୁର ଅତିଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଏହା ଉଲ୍ଲୀ ଆପରେ ଷ୍ଟ୍ରିମ୍ ହେବ ।

ସାହିର ସେଖ ଆଲଟ୍ ବାଲାଜୀର ଓ୍ୱେବ ସିରିଜ୍ ପୌରଷପୁରରେ ନଜର ଆସିବେ । ସେ ଏଥିରେ ଏକ ସାଧାରଣ ବେପାରୀ ରୋଲ୍ କରିବେ । ଏହି ସିରିଜରେ ମିଲିନ୍ଦ ସୋମନ, ଅନୁ କପୁର ଓ ଶିଳ୍ପା ସିନ୍ଦେଙ୍କ ଭଳି ଷ୍ଟାର୍ ଅଭିନୟ କରିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ