ଦେଶ ବିଦେଶ ମନୋରଞ୍ଜନ

ରିଲିଜ୍‌ ହେଲା ଫିଲ୍ମ ‘ଦୋବାରା’ର ଟ୍ରେଲର, ଦମ୍‌ଦାର ଭୂମିକାରେ ନଜର ଆସିଲେ ତାପସୀ

ମୁମ୍ବାଇ ୧୮।୦୮: ରିଲିଜ୍‌ ହୋଇଛି ତାପସୀ ପନ୍ନୁଙ୍କ ଫିଲ୍ମ ‘ଦୋବାରା’ର ନୂଆ ଟ୍ରେଲର୍‌ । ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ତାପସୀଙ୍କ ଚରିତ୍ର ଉପରେ ପର୍ଯ୍ୟବସିତ। ଯିଏକି ବର୍ତ୍ତମାନଠୁ ଅତୀତକୁ ଅଲଗା କରିବା ପାଇଁ ସଂଘର୍ଷ କରୁଛି । ଟ୍ରେଲର୍‌ରେ ପୋଲିସ ଭୂମିକା ନିର୍ବାହ କରିଥିବା ପାଭେଲ୍‌ ଗୁଲାଟି ଏହି ସ୍ଥିତିରେ ତାପସୀଙ୍କୁ ସାହାଯ୍ୟ କରୁଥିବା ନଜର ଆସିଛନ୍ତି । ଏକ ପୁରୁଣା ଟେଲିଭିଜନ୍‌ ସେଟ୍‌ ତାଙ୍କ ଅତୀତକୁ ବର୍ତ୍ତମାନ ସହ ଯୋଡ଼ୁଥିବା ଦେଖିବାକୁ ମିଳିଛି ।

ତାପସୀଙ୍କ ସହ ଏହି ଫିଲ୍ମରେ କାମ କରିବା ବିଷୟରେ ଅନୁରାଗ କଶ୍ୟପ କହିଛନ୍ତି, ମହିଳାଙ୍କ ସହ କାମ କରିବା ଅପେକ୍ଷାକୃତ ସହଜ ଏବଂ ସେମାନଙ୍କ ସହ ଡିଲ୍‌ ମଧ୍ୟ ସରଳ । ସେହି ଦୃଷ୍ଟିରୁ ତାପସୀଙ୍କ ସହ କାମ କରିବା ତାଙ୍କ ପାଇଁ ସହଜ ହୋଇଛି । ତାପସୀଙ୍କଠାରୁ ସେ ଭରପୂର ଭରସା ପାଇଛନ୍ତି । ଭରସା ନ ଥିଲେ କାମ କରିବା ତାଙ୍କ ପାଇଁ ସମ୍ଭବ ନୁହେଁ । ନବାଗତ ପୁରୁଷ କଳାକାରମାନେ ପୂର୍ଣ୍ଣ ବିଶ୍ୱାସ ଦେଇଥାନ୍ତି, କିନ୍ତୁ ଧୀରେ ଧୀରେ ଅସୁରକ୍ଷିତ ଭାବନା ସେମାନଙ୍କ ଭିତରେ ସୃଷ୍ଟି ହୁଏ । ସଫଳତା ଓ ବିଫଳତା ସହିତ ଅନେକ ଲୋକ ବଦଳି ଯାଇଥିବା ସେ ଦେଖିଛନ୍ତି ।

କିନ୍ତୁ ତାପସୀ ଆରମ୍ଭରୁ ସେହିଭଳି ଅଛନ୍ତି ବୋଲି ଅନୁରାଗ କହିଛନ୍ତି । ‘ଦୋବାରା’ ଅନୁରାଗ ଓ ତାପସୀଙ୍କର ୨ୟ ଫିଲ୍ମ । ଏହା ପୂର୍ବରୁ ୨୦୧୮ ମସିହାରେ ଫିଲ୍ମ ‘ମନ୍‌ମର୍ଜିୟାଁ’ରେ କାମ କରିଥିଲେ । ଏଥିରେ ଅଭିଷେକ ବଚ୍ଚନ ଓ ଭିକି କୌଶଲ ମଧ୍ୟ ସ୍କ୍ରିନ୍‌ ସେୟାର କରିଥିଲେ । ୨୦୧୮ ମସିହାରେ ମୁକ୍ତିପ୍ରାପ୍ତ ସ୍ପାନିଶ୍‌ ଫିଲ୍ମ ‘ମ୍ୟାରେଜ୍‌’ର ହିନ୍ଦୀ ରୂପାନ୍ତର ହେଉଛି ‘ଦୋବାରା’ । ଆସନ୍ତା କାଲି ଏଇଟି ବଡ଼ ପରଦାରେ ମୁକ୍ତିଲାଭ କରିବ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ