ଦେଶ ବିଦେଶ ମନୋରଞ୍ଜନ

ରିଲିଜ୍ ହେଲା ପ୍ରଭାସଙ୍କ ରାଧେଶ୍ୟାମ ଫିଲ୍ମର ଟିଜର: ଗୋଟିଏ ଦୃଶ୍ୟ ପାଇଁ ଖର୍ଚ୍ଚ ହୋଇଛି ୧ କୋଟି ୬ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ରିଲିଜ ହୋଇଛି ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ରାଧେଶ୍ୟାମର ଟିଜର । ଏଥିରେ ବେଶ ରୋମାଂଟିକ ଅନ୍ଦାଜରେ ନଜର ଆସୁଛନ୍ତି ବାହୁବଳୀ ହିରୋ । ଟିଜରର ଆରମ୍ଭ ଏକ ରେଳଷ୍ଟେସନରୁ ହୋଇଛି । ଜଙ୍ଗଲ ଘାଟି ଦେଇ ଟ୍ରେନଟି ଆସୁଥିବା ବେଳେ ପୂଜା ହେଗେଡଙ୍କ ସହ ବେଶ ରୋମାଂଟିକ ଅନ୍ଦାଜରେ ନଜର ଆସୁଛନ୍ତି ପ୍ରଭାସ । ଏହି ସିନର ସୁଟିଂ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ କରାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ସେଟ ତିଆରି କରାଯାଇଥିବା ବେଳେ ସବୁଠାରୁ ବଡ କଥା ହେଲା ଏହି ସଟ୍ ପାଇଁ ଖର୍ଚ୍ଚ ହୋଇଛି ଏକ କୋଟି ୬ ଲକ୍ଷ ଟଙ୍କା । ୨୫୦ ଜଣ କଳାକାରଙ୍କ ଏକ ଟିମ ୩୦ ଦିନ ଧରି ଏହି ସେଟକୁ ପ୍ରସ୍ତୁତ କରିଛନ୍ତି ।

କୁହାଯାଉଛି ପୂର୍ବରୁ ଏହି ସିନକୁ ଇଟାଲୀରେ ସୁଟ କରିବା ପାଇଁ ଯୋଜନା ଥିଲା, କିନ୍ତୁ କରୋନା କାରଣରୁ ବିଦେଶ ଯିବା ସମ୍ଭବ ନହେବାରୁ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ଏହି ସେଟକୁ ତିଆରି କରାଯାଇଛି । ଏହି ସଟରେ ଦେଖାଯାଇଥିବା ରେଳ ଷ୍ଟେସନ ଉପରେ ବିଶେଷ ଧ୍ୟାନ ଦିଆଯାଇ ଅନେକ ଟିଖନିଖ କାମ କରାଯାଇଛି । ଆସନ୍ତା ଜୁଲାଇ ୩୦ତାରିଖରେ ଏହି ଫିଲ୍ମ ରିଲିଜ ହେବ । ପ୍ରଥମ ଦିନରେ ଏହି ଫିଲ୍ମ ବ୍ୟବସାୟର ଅନେକ ରେକର୍ଡ ଭାଙ୍ଗିବ ବୋଲି ଦାବି କରାଯାଇଛି ।

ତେବେ ଗୋଟିଏ ସିନକୁ କୋଟି କୋଟି ଖର୍ଚ୍ଚ ହେବା ନୂଆ ନୁହେଁ । କିଛି ଦିନ ତଳେ କଙ୍ଗନା ରଣାୱତ ଏକ ଟୁଇଟ କରି ତାଙ୍କ ଅପକମିଂ ଫିଲ୍ମ ଧାକଡର ଏକ ଦୃଶ୍ୟ ପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଦାବି କରିଥିଲେ । ଗୋଟିଏ ଆକ୍ସନ ସିନ ପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ଦାବି କରିଥିଲେ କଙ୍ଗନା । ଏହି ଭିଡିଓରେ କଙ୍ଗନା ଜବରଦସ୍ତ ଷ୍ଟଂଟ କରୁଥିବା ନଜର ଆସିଛନ୍ତି । ହେଲେ ସୋସିଆଲ ମିଡିଆରେ କଙ୍ଗନାଙ୍କ ଏହି ଦାବିକୁ ବେଶ ସମାଲୋଚନା ମଧ୍ୟ କରାଯାଇଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ