ରାଜ୍ୟ

ରିଲାଏନ୍ସ କରିବ ବାୟୋଗ୍ୟାସ୍ କାରଖାନା: ସିଙ୍ଗଲ ୱିଣ୍ଡୋରେ ୧୪୮୩ କୋଟିର ୭ ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ବର: ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍ସ ବାୟୋ ଏନର୍ଜି ଲିମିଟେଡ୍‌ ବାଲେଶ୍ବର ଜିଲ୍ଲାରେ ଏକ କମ୍ପ୍ରେସଡ୍‌ ବାୟୋଗ୍ୟାସ୍ କାରଖାନା ସ୍ଥାପନ କରିବ। ସେଥିରେ କଂପାନି ୧୨୧.୨୧ କୋଟି ଟଙ୍କା ନିବେଶ କରିବ। ଆଜି ଏହି ପ୍ରକଳ୍ପ ସମେତ ମୋଟ ୧୪୮୨.୬୩ କୋଟି ଟଙ୍କାରେ କାର୍ଯ୍ୟକାରୀ ହେବାକୁ ଥିବା ସାତଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କର୍ତ୍ତୃପକ୍ଷଙ୍କ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି।

ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର, ବାଲେଶ୍ବର ଓ ରାୟଗଡ଼ାରେ ସ୍ଥାପନ ହେବ। ପ୍ରକଳ୍ପଗୁଡ଼ିକ ପୋଷାକ, ରସାୟନ, ଖଣି, ଇସ୍ପାତ ଉତ୍ପାଦନ, ବାୟୋଗ୍ୟାସ୍‌ ଭଳି କ୍ଷେତ୍ରରେ କାର୍ଯ୍ୟକାରୀ ହେବ।

ଟେକ୍‌ ଏଆଇସି ଡିଆର୍‌ଆଇ ପେଲେଟ୍‌ସ ପ୍ରାଇଭେଟ୍ ଲିମିଟେଡ୍‌ ୮୦୦ କୋଟି ଟଙ୍କା ବିନିଯୋଗରେ କେନ୍ଦୁଝରରେ ଏକ ଆନୁଷଙ୍ଗିକ ଇସ୍ପାତ ଉତ୍ପାଦନ କାରଖାନା ବସାଇବ। ଏମ୍‌ଏଏସ୍‌ ଉଦ୍ୟତ ଇଣ୍ଡିଆ ୨୧୪.୪୦ କୋଟି ଟଙ୍କା ନିବେଶରେ‌ ‌ଖୋର୍ଦ୍ଧାରେ ଏକ ପୋଷାକ ତିଆରି କାରଖାନା ନିର୍ମାଣ କରିବ। ଗଞ୍ଜାମରେ ଭିନିୟର ଲ୍ୟାବ୍‌ସ ୫୨ କୋଟି ଟଙ୍କା ବ୍ୟୟରେ ଏକ ରସାୟନ କାରଖାନା ବସାଇବ। ଏମ୍‌ଆର୍‌ ୟୁନିକାଷ୍ଟ ସୁନ୍ଦରଗଡ଼ରେ ୫୬.୩୨ କୋଟି ଟଙ୍କା ନିବେଶରେ ଏକ ଖଣି ଓ କ୍ରସର ଉପକରଣ ନିର୍ମାଣ କାରଖାନା ସ୍ଥାପନ କରିବ। ସେହିପରି, ଆଲେନ୍ ଷ୍ଟିଲ୍‌ ଇଣ୍ଡଷ୍ଟ୍ରିଜ୍ ଯାଜପୁରର କଳିଙ୍ଗନଗରରେ ୧୭୮ କୋଟି ଟଙ୍କା ନିବେଶରେ ଏକ କୋଲ୍‌ଡ ରୋଲ୍‌ଡ ପ୍ରେସିସନ୍ ପାଇପ୍‌ ଉତ୍ପାଦନ କାରଖାନା ବସାଇବ। ରାୟଗଡ଼ାରେ ଟେରେଷ୍ଟିଆଲ୍ ଫୁଡ୍‌ ପ୍ରୋସେସର୍ସ ୬୦.୬ କୋଟି ଟଙ୍କା ବିନିଯୋଗରେ ଏକ ମକା ପ୍ରକ୍ରିୟାକରଣ କାରଖାନା ସ୍ଥାପନ କରିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।