ଖେଳ

ରିଦ୍ଧିମାନ ଶାହ ପୁଣି କୋଭିଡ୍ ପଜିଟିଭ୍, ପ୍ରଥମେ ନେଗେଟିଭ୍ ଆସିଥିଲା ରିପୋର୍ଟ

ନୂଆଦିଲ୍ଲୀ ୧୫/୦୫: ପୁଣି ଥରେ କୋଭିଡ୍ ପଜିଟିଭ୍ ହେଲେ ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ୍ । କରୋନା ଭାଇରସ୍‌ରେ ସଂକ୍ରମିତ ଥିବା ଟିମ୍‌ ଇଣ୍ଡିଆ ତଥା ସନ୍‌ରାଇଜର୍ସ ହାଇଦ୍ରାବାଦ ଦଳର ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ରିଦ୍ଧିମାନ ଶାହଙ୍କ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ତାଙ୍କର ପ୍ରଥମ ରିପୋର୍ଟ ନେଗେଟିଭ୍‌ ବାହାରିଥିବାବେଳେ ଦ୍ୱିତୀୟ ରିପୋର୍ଟ ପଜିଟିଭ୍‌ ଆସିଛି । ତେଣୁ ସେ ପୂର୍ବଭଳି କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି ।

ସେ କହିଛନ୍ତି, ମୋ କ୍ୱାରେଣ୍ଟାଇନ୍‌ ଅବଧି ଶେଷ ହୋଇନି । ୨ଟି ପରୀକ୍ଷାରୁ ଗୋଟିଏ ନେଗେଟିଭ୍‌ ଓ ଅନ୍ୟଟି ପଜିଟିଭ୍‌ ରହିଛି । ମୁଁ ଏବେ ସୁସ୍ଥ ଅଛି । ତ୍ରୁଟିପୂର୍ଣ୍ଣ ରିପୋର୍ଟକୁ ନେଇ କୌଣସି ପ୍ରକାରର ବିଭ୍ରାନ୍ତିକର କାହାଣୀ କିମ୍ବା ସୂଚନା ପ୍ରକାଶ ନକରିବାକୁ ଅନୁରୋଧ କରୁଛି ।’

ରିଦ୍ଧିମାନ ଆସନ୍ତା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ ଏବଂ ଘରୋଇ ଇଂଲଣ୍ଡ ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି । କିନ୍ତୁ ଗସ୍ତ ପୂର୍ବରୁ ତାଙ୍କ ଫିଟ୍‌ନେସ୍‌ ପରୀକ୍ଷା କରାଯିବ । ଫିଟ୍‌ନେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଇଂଲଣ୍ଡ ଗସ୍ତ କରିବେ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ