ଖେଳ ଦେଶ ବିଦେଶ

ରିଦ୍ଧିଙ୍କ ହାତ ଧରିଲେ ଆଇପିଏଲ ତାରକା ରାହୁଲ ତେଓ୍ବତିଆ

ନୂଆଦିଲ୍ଲୀ : ରାଜସ୍ଥାନ ରୟାଲ୍ସର ଷ୍ଟାର ଅଲରାଉଣ୍ଡର ରାହୁଲ ତେୱତିଆ ହାତକୁ ଦି ହାତ ହୋଇଛନ୍ତି । ଗତ ସୋମବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାହୁଲ । ଯାହାର ଫଟୋ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ରିଦ୍ଧି ପନ୍ନୁଙ୍କୁ ରାହୁଲ ନିଜର ଜୀବନସାଥୀ ବାଛିଥିବା ବେଳେ ଗତ ଫେବ୍ରୁଆରୀରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା । ରାହୁଲଙ୍କ ବିବାହ ଉତ୍ସବରେ ଅନେକ ଭାରତୀୟ କ୍ରିକେଟରଙ୍କୁ ଦେଖିବାକୁ ମିଳିଥିଲା । ଯେଉଁଥିରେ ୟୁଜବେନ୍ଦ୍ର ଚହଲ, ରିଷଭ ପନ୍ତ, ଶିଖର ଧୱନ, ନୀତିଶ ରାଣା, ମୋହିତ ଶର୍ମାଙ୍କୁ ଦେଖିବାକୁ ମିଳିଥିଲା । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

ରାଜସ୍ଥାନ ରୟାଲ୍ସର ଷ୍ଟାର ଅଲରାଉଣ୍ଡର ରାହୁଲ ୨୦୨୦ ଆଇପିଏଲରେ ଚର୍ଚ୍ଚାକୁ ଆସିଥିଲେ । ଯେତେବେଳେ ପଞ୍ଜାବ ବିପକ୍ଷ ମ୍ୟାଚରେ ୫ଟି ବଲରେ ୫ଟି ଛକା ମାରି ଦଳକୁ ବଡ ବିଜୟ ଭେଟି ଦେଇଥିଲେ । ସେତେବେଳେ ରାହୁଲଙ୍କ ଏଭଳି ବିସ୍ଫୋରକ ଇନିଂସକୁ ନେଇ ଚାରିଆଡେ ଚର୍ଚ୍ଚା ହୋଇଥିଲା । ଏପରିକି ଏହି ଇନିଂସ ହିଁ ତାଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରେ ଟିମ୍ ଇଣ୍ଡିଆରେ ସୁଯୋଗ ଦେଇଥିଲା । ତେବେ ଇଂଲଣ୍ଡ ବିପକ୍ଷ କୌଣସି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇନଥିଲେ ରାହୁଲ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ