ଖେଳ ଦେଶ ବିଦେଶ

ରିତିକା ଫୋଗଟଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ପ୍ରସିଦ୍ଧ କୁସ୍ତି ତାରକା ଗୀତା ଓ ବବିତା ଫୋଗଟଙ୍କ ସଂପର୍କିୟା ଉଭଣୀ ରିତିକା ଫୋଗଟ ଏକ ପ୍ରତିଯୋଗିତାର ଫାଇନାଲ୍‌ରେ ମାତ୍ର ୧ ପଏଣ୍ଟ୍‌ ବ୍ୟବଧାନରେ ପରାଜିତ ହେବା ପରେ ଆତ୍ମହତ୍ୟା କରିଛନ୍ତି। ଏହି ଅପ୍ରତ୍ୟାଶିତ ଓ ଦୁଃଖଦ ଘଟଣା ଚର୍ଚ୍ଚିତ ଫୋଗଟ ପରିବାର ସହ ସମଗ୍ର ଭାରତୀୟ କ୍ରୀଡ଼ା ଜଗତରେ ଆଲୋଡ଼ନ ସୃଷ୍ଟି କରିଛି। କୁସ୍ତି ଦୁନିଆ ଯେମିତି ଏକଥାକୁ ଆଦୌ ବିଶ୍ବାସ କରିପାରୁନାହିଁ। ରାଜସ୍ଥାନର ଭରତପୁରଠାରେ ଚଳିତ ମାସ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ରାଜ୍ୟସ୍ତରୀୟ ଉପକନିଷ୍ଠ କୁସ୍ତି ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲ୍ ଯିବା ପରେ ସେଠାରେ ୧୭ ବର୍ଷୀୟା ରିତିକା ହାରି ଯାଇଥିଲେ।

ଏଥିରେ ମ୍ରିୟମାଣ ହୋଇ ବୁଧବାର ରାତିରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ରାଜସ୍ଥାନ ଜୟପୁର ଗାଁର ମୂଳ ବାସିନ୍ଦା ରିତିକା ପିଉସା ତଥା ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ପ୍ରଶିକ୍ଷକ ମହାବୀର ଫୋଗଟଙ୍କ ହରିୟାଣାର ଚରଖୀ ଦାଦ୍ରିସ୍ଥିତ ବାସଭବନରେ ରହି କୁସ୍ତି ପ୍ରଶିକ୍ଷଣ ନେଉଥିଲେ। ସେହିଠାରେ ହିଁ ଗତ ସୋମବାର ଆତ୍ମହତ୍ୟା କରିଥିଲେ। ଏହି ଖବର ଗୀତା-ବବିତାଙ୍କ ସାନ ଭଉଣୀ ଟ୍ବିଟ୍ କରି ଜଣାଇଥିଲେ। ଏକ ଭାବବିହ୍ବଳ ଟ୍ବିଟ୍‌ରେ ସେ ଲେଖିଥିଲେ ଯେ ଛୋଟ ଭଉଣୀ ରିତିକା ତୁମ ଆତ୍ମାର ସଦ୍‌ଗତି ହେଉ। ଯାହା ଘଟିଲା, ତାକୁ ମୁଁ ଏବେ ବି ବିଶ୍ବାସ କରିପାରୁନାହିଁ। ତୁମ ଅନୁପସ୍ଥିତି ସାରା ଜୀବନ ଅନୁଭବ କରିବି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ