ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରିକଜୋଭିକ୍‌ ଓପନ ଚେସ ଚାମ୍ପିଅନ ପ୍ରଜ୍ଞାନନ୍ଦା : ଗ୍ରାଣ୍ଡ ମାଷ୍ଟର ଡି ଗୁକେଶଙ୍କୁ ଦେଲେ ମାତ୍

ନୂଆଦିଲ୍ଲୀ,୧୪/୦୪: ଆଇସଲ୍ୟାଣ୍ଡର ରିକଜୋଭିକରେ ଅନୁଷ୍ଠିତ ରିକଜୋଭିକ୍‌ ଓପନ ଚେସ ଟୁର୍ଣ୍ଣାମେଣ୍ଟରେ ଭାରତର ଚର୍ଚ୍ଚିତ ଯୁବ ଗ୍ରାଣ୍ଡମାଷ୍ଟର ଆର ପ୍ରଜ୍ଞାନନ୍ଦା ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛନ୍ତି । ୯ରାଉଣ୍ଡ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଜ୍ଞାନନ୍ଦା ମୋଟ୍‌ ୭.୫ ପଏଣ୍ଟ ହାସଲ କରିଥିଲେ । ଚୂଡ଼ାନ୍ତ ରାଉଣ୍ଡରେ ସେ ଗ୍ରାଣ୍ଡ ମାଷ୍ଟର ଡି ଗୁକେଶଙ୍କୁ ପରାସ୍ତ କରିଥିଲେ । ପ୍ରଜ୍ଞାନନ୍ଦାଙ୍କୁ ହରାଇବା ପ୍ରତିପକ୍ଷ ଖେଳାଳିଙ୍କ ପକ୍ଷରେ ଅସମ୍ଭବ ସାବ୍ୟସ୍ତ ହୋଇଥିଲା । ସେ ମୋଟ୍‌ ୬ଟି ମ୍ୟାଚ୍‌ ଜିତିଥିଲେ ଓ ବାକି ୩ଟି ମ୍ୟାଚ୍‌ ଡ୍ର’ ରଖିଥିଲେ ।

ସେ ପ୍ରଥମ ରାଉଣ୍ଡ୍‌ରେ ଆମେରିକାର ଆଲେକ୍ସ ଚେର୍ଣ୍ଣିଆକଙ୍କୁ ପରାସ୍ତ କରିଥିଲେ । ସେହିପରି ଦ୍ୱିତୀୟ ରାଉଣ୍ଡ୍‌ରେ ଇଟାଲୀର ମାରିନା ବ୍ରୁନେଲୋଙ୍କ ସହ ଡ୍ର’ ରଖିଥିଲେ । ତୃତୀୟ ରାଉଣ୍ଡ୍‌ରେ ଡିଟମର କୋଲବସଙ୍କୁ, ଚତୁର୍ଥ ରାଉଣ୍ଡ୍‌ରେ ପାଇରେ ଲାଉରେଣ୍ଟ- ପାଓଲିଙ୍କୁ ହରାଇଥିଲେ । ହେଡିନ ଷ୍ଟେଗ୍ରିମସନଙ୍କ ସହ ପଞ୍ଚମ ରାଉଣ୍ଡ୍‌ ଡ୍ର’ ରହିଥିଲା । ଷଷ୍ଠ ରାଉଣ୍ଡ୍‌ରେ ଅଭିମନ୍ୟୁ ମିଶ୍ରା(ଆମେରିକା)ଙ୍କୁ ପରାସ୍ତ କରିବା ପରେ ସପ୍ତମ ରାଉଣ୍ଡ୍‌ରେ ମାଡ୍ସ ଆଣ୍ଡରସନଙ୍କ ସହ ଡ୍ର’ ରଖିଥିଲେ । ଅଷ୍ଟମ ରାଉଣ୍ଡ୍‌ରେ ମାଥ୍ୟୁ କର୍ଣ୍ଣେଟିଙ୍କୁ ଓ ନବମ ରାଉଣ୍ଡରେ ଡି ଗୁକେଶଙ୍କୁ ହରାଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ