ରାଜ୍ୟ

ରାୟଗଡ଼ା: ଅନ୍ଧାରରେ ରହିଲେ ମହାପ୍ରଭୁ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ରାୟଗଡ଼ା : ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଛି ଟାଟା ପାୱାର୍। ମଙ୍ଗଳବାର ଅପରାହ୍ନ ଠାରୁ ମନ୍ଦିରକୁ ବିଦ୍ୟୁତ୍ ସଂଯୋଗ ବନ୍ଦ ହେବା ପରେ ଅନ୍ଧାରରେ ରାତି କାଟିଛନ୍ତି ମହାପ୍ରଭୁ। ଗତକାଲି ରାତିରେ ମନ୍ଦିର ପରିସର ଅନ୍ଧାର ହୋଇଥିବା ବେଳେ ଆଜି ଭୋରରେ ବଡ଼ ଏକାଦଶୀ ନୀତି ପରିଚାଳନା ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସେବାୟତ। ସକାଳେ ଏହି ଖବର ଭକ୍ତ ମହଲରେ ପହଞ୍ଚିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଭିନ୍ନ ମହଲରୁ ସମାଲୋଚନା ପରେ ତରବରିଆ ଭାବେ ବୁଧବାର ପୂର୍ବାହ୍ନରେ ଟାଟା ପାୱାର୍ ପକ୍ଷରୁ ନୂତନ ମିଟର ସ୍ଥାପନ କରି ସଂଧ୍ୟାରେ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ କରାଯାଇଛି।

ଜଗନ୍ନାଥ ମନ୍ଦିର ପରିସରକୁ ଦୁଇଟି ବିଦ୍ୟୁତ୍ ସଂଯୋଗ ଯାଇଛି। ଗୋଟିଏ ଜଗନ୍ନାଥ ମନ୍ଦିର ଏବଂ ଅନ୍ୟଟି ଲକ୍ଷ୍ମୀ ମନ୍ଦିରକୁ ଯାଇଛି। ଲକ୍ଷ୍ମୀ ମନ୍ଦିରର ବିଦ୍ୟୁତ୍ ମିଟର ଠିକ୍ ଭାବେ କାମ କରୁଥିବା ବେଳେ ଜଗନ୍ନାଥ ମନ୍ଦିରରେ ଆରମ୍ଭରୁ କୌଣସି ମିଟର୍ ନଥିଲା। ବହୁ ବର୍ଷ ଧରି ଏପରି ଚାଲିଥିବା ବେଳେ ସାଉଥକୋ ଏ ନେଇ କୌଣସି ପଦକ୍ଷେପ ନେଇନଥିଲା। ଏପରିକି ଟାଟା ପାୱାର୍ ବିଦ୍ୟୁତ୍ ବଣ୍ଟନ ଦାୟିତ୍ବ ନେବାକୁ ଇତି ମଧ୍ୟରେ ଏକ ବର୍ଷ ବିତିବାକୁ ଯାଉଥିଲେ ମଧ୍ୟ ମନ୍ଦିରରେ ମିଟର ନଥିବା ନେଇ କୌଣସି ନୋଟିସ୍ ଦେବୋତ୍ତର ବିଭାଗ କିମ୍ବା ମନ୍ଦିର ପରିଚାଳନା କମିଟିକୁ ଦେଇନଥିଲା। ଯାହା ଫଳରେ ମନ୍ଦିର କର୍ତ୍ତୃପକ୍ଷ ମଧ୍ୟ ଏ ନେଇ ଚିନ୍ତିତ ନଥିଲେ।

ଗତକାଲି ଟାଟା ପାୱାର୍ କର୍ତ୍ତୃପକ୍ଷ ହଠାତ୍ ମନ୍ଦିରରେ ପହଞ୍ଚି ବିଦ୍ୟୁତ୍ ସଂଯୋଗକୁ ବିଚ୍ଛିନ୍ନ କରି ଦେଇଥିଲେ। ମନ୍ଦିର ପରିସରରେ ଥିବା ଇନଭର୍ଟର ମାତ୍ର ୧୫ ମିନିଟ୍ କାମ କରିବା ପରେ ବନ୍ଦ ହୋଇଯିବା ଯୋଗୁ ମହାପ୍ରଭୁଙ୍କ ସନ୍ଧ୍ୟା ନୀତି ସମେତ ରାତି ପହୁଡ଼ ଅନ୍ଧାରରେ ସଂପନ୍ନ ହୋଇଥିଲା। ଆଜି ସକାଳେ ବଡ଼ ଏକାଦଶୀ ପାଇଁ ସେବାୟତ ମନ୍ଦିର ଖୋଲିଥିଲେ। କିନ୍ତୁ ବିଦ୍ୟୁତ୍ ନଥିବାରୁ ଅନ୍ଧାରରେ ହିଁ ମହାପ୍ରଭୁଙ୍କ ନୀତିକାନ୍ତି ହୋଇଥିଲା। ଭୋରରେ ଶହ ଶହ ‌ଭକ୍ତ ମନ୍ଦିର ପରିସରରେ ପୂଜାର୍ଚ୍ଚନା ପାଇଁ ପହଞ୍ଚିଥିବା ବେଳେ ବିଦ୍ୟୁତ୍ ବିଚ୍ଛିନ୍ନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଭକ୍ତ ମହଲରେ ଅସନ୍ତୋଷ ପରେ ପୂର୍ବାହ୍ନରେ ଟାଟା ପାୱାର୍ କର୍ତ୍ତୃପକ୍ଷ ମନ୍ଦିରରେ ପହଞ୍ଚି ଜଗନ୍ନାଥ ମନ୍ଦିରରେ ନୂତନ ମିଟର ଲଗାଇ ବିଦ୍ୟୁତ୍ ସଂଯୋଗ ଦେଇଥିଲେ। ବିନା ସୂଚନାରେ ଜଗନ୍ନାଥ ମନ୍ଦିରରୁ ବିଦ୍ୟୁତ୍ ବିଚ୍ଛିନ୍ନକୁ ଭକ୍ତ ମହଲରେ ନାପସନ୍ଦ କରାଯାଇଛି। ଏହି ଘଟଣାକୁ ନେଇ ଟାଟା ପାୱାର୍ କର୍ତ୍ତୃପକ୍ଷ କହିଛନ୍ତି ବିଦ୍ୟୁତ୍ ସଂଯୋଗ ନ କାଟିଲେ ନୂତନ ମିଟର ଲଗାଇବାରେ ଅସୁବିଧା ହୋଇଥାନ୍ତା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।