ରାଜ୍ୟ ସ୍ୱାସ୍ଥ୍ୟ

ରାୟଗଡ଼ାରେ ଝାଡାବାନ୍ତି ନେଲା ଆଉ ଏକ ଜୀବନ, ୧୧ରେ ପହଞ୍ଚି ମୃତ୍ୟୁ ସଂଖ୍ୟା

ରାୟଗଡ଼ା ୨୭।୦୭ : ଝାଡାବାନ୍ତିରେ ଗଲା ଆଉ ଗୋଟିଏ ଜୀବନ । ମୃତକଙ୍କ ନାମ ରାୟଗଡ଼ା ଟିକିରି ଜାମୁଗୁଡାର ସୁନି ମାଝି ବୋଲି ଜଣାପଡିଛି । ମୃତ୍ୟୁବେଳକୁ ତାଙ୍କ ବୟସ ୫୬ ବର୍ଷ ବୋଲି ଜଣାପଡିଛି । ଏବେ ଯାଏଁ ୧୧ରେ ପହଞ୍ଚିଲାଣି ମୃତ୍ୟୁସଂଖ୍ୟା ।

ଖବର ଅନୁଯାୟୀ, ଗତ ଦୁଇ ଦିନ ଧରି ଝାଡାବାନ୍ତିରେ ଆକ୍ରାନ୍ତ ଥିଲେ ଟିକିରି ଜାମୁଗୁଡ଼ାର ସୁନି ମାଝି । ଆଉ ଏବେ ତାଙ୍କର ଜୀବନ ଯାଇଛି । ଯାହାକୁ ନେଇ ପୁରା ରାୟଗଡ଼ା ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି । ସେପଟେ ଡାକ୍ତରୀ ଟିମ୍‌ ଲଗାତର ଭାବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଲି ବୁଲି ରୋଗୀଙ୍କ ଚିକିତ୍ସା ଜାରି ରଖିଛନ୍ତି ।

ଅନ୍ୟପଟେ ବିଧାନସଭାରେ ବିରୋଧୀ ସଦସ୍ୟ ରାୟଗଡ଼ାରେ ବ୍ୟାପିଥିବା ଝାଡାବାନ୍ତି ପ୍ରସଙ୍ଗ ଉଠାଇଥିଲେ । ଯାହାର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ, ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ପୂର୍ବ ଅପେକ୍ଷା ପରିସ୍ଥିତି ସୁଧୁରୁଛି । କିନ୍ତୁ ଆଗାମୀ ଦିନରେ କିଛି ମୃତ୍ୟୁ ସଂଖ୍ୟା ବଢିପାରେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ