ମନୋରଞ୍ଜନ

ରାହା ଖୋଜୁଥିବା ମଣିଷର ସାହା

କରୋନା ମହାମାରୀ ଅନେକଙ୍କୁ ଅନାଥ ଓ ଅସହାୟ କରିଦେଇଛି। ସେମାନଙ୍କୁ ସାହାଯ୍ୟ କରିବାକୁ କେତକ ସହୃଦୟ ବ୍ୟକ୍ତି ମଧ୍ୟ ଆଗେଇଆସିଛନ୍ତି। ଅନ୍ୟମାନଙ୍କ କଥା ଯାହା ହେଉ ବିଶେଷ କରି ରଙ୍ଗିନ ଦୁନିଆରେ ଥିବା ତାରକାମାନେ ମଧ୍ୟ ଏ ଦୁଃସମୟରେ ଯେ ସାଧାରଣ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ। ବଲିଉଡର ସୋନୁ ସୁଦ ହୁଅନ୍ତୁ ବା ଓଲିଉଡର ସବ୍ୟସାଚୀ। ଏମାନଙ୍କ ବ୍ୟତୀତ ଆହୁରି ଅନେକ ନାମକରା କଳାକାର କୋଭିଡ୍ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରୁଛନ୍ତି। ସେମିତି ଓଲିଉଡର ଆଉ ଜଣେ ଅଭିନେତା ରାଜବୀର ରାସ୍ତାକଡ଼ରେ ଆଶ୍ରୟ ନେଇଥିବା ନିରାଶ୍ରୟମାନଙ୍କୁ ସହାୟତା ଦେଉଥିବାର ଦେଖିବାକୁ ମିଳୁଛି।

କୋଭିଡ୍ କଟକଣା ସମୟରେ ଯେଉଁମାନେ ନିଜକୁ ସ୍ଥାନାନ୍ତରିତ କରି ନ ପାରି ସହର ଭିତରେ ପଡ଼ିରହିଛନ୍ତି ସେମାନଙ୍କୁ ରାଜବୀର ଖାଦ୍ୟ, ପାନୀୟ ଓ ବସ୍ତ୍ର ଦାନ କରୁଛନ୍ତି। କୋଭିଡ୍‌ର ଦ୍ବିତୀୟ ଲହରରେ ପ୍ରଥମେ ରାଜବୀର ଏଇ ଅଭିଯାନ ଆରମ୍ଭ କରିଥିଲେ କାର୍ଯ୍ୟରତ ପୋଲିସ ଭାଇଭଉଣୀଙ୍କଠାରୁ। ପରେ ମେଡିକାଲ, ମନ୍ଦିର, ରେଳ‌ଷ୍ଟେସନ, ବସଷ୍ଟାଣ୍ଡ, ଯାତ୍ରୀ ବିଶ୍ରାମାଗାର ଏପରିକି ଫୁଟପାଥ ଉପରେ ଯେଉଁମାନେ ପଡ଼ିରହିଛନ୍ତି ସେମାନଙ୍କୁ ସହାୟତା ଦେଉଛନ୍ତି। ଅବଶ୍ୟ ରାଜବୀରଙ୍କର ଏପରି ସେବାମୂଳକ କାମ ଆଜି ନୁହଁ, ବେଶ୍ କିଛିବର୍ଷ ହେବ ସେ ଭିନ୍ନକ୍ଷମମାନଙ୍କୁ ସାହାଯ୍ୟ କରିଆସୁଛନ୍ତି। ଅତୀତରେ ‘ଲଭ୍ ଫିଭର୍’ ଫିଲ୍ମରେ ଦମଦାର ଚରିତ୍ରରେ ଅବତୀର୍ଣ୍ଣ ହେଇଥିବା ରାଜବୀରଙ୍କ ଅଭିନୀତ ନୂଆ ଚଳଚ୍ଚିତ୍ର ‘ଅରୁନ୍ଧତୀ’ ମୁକ୍ତିଲାଭ ଅପେକ୍ଷାରେ ରହିଛି। ଏଥିରେ ଆକ୍ସନ ହିରୋ ରାଜବୀରଙ୍କ ସହ ଏଲିନା ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ