ଅପରାଧ ରାଜ୍ୟ

ରାସ୍ତା କଡ଼କୁ ଓଲଟିଲା ତୀର୍ଥଯାତ୍ରୀ ବସ୍, ଗାଡିରେ ଥିଲେ ୬୫ରୁ ଅଧିକ ଯାତ୍ରୀ

ଜଳେଶ୍ୱର ୧୨।୦୯: ରାସ୍ତା କଡ଼କୁ ଓଲଟିଲା ତୀର୍ଥଯାତ୍ରୀ ବସ୍। ଅଳ୍ପକେ ବର୍ତ୍ତିଲେ ୬୫ରୁ ଉର୍ଦ୍ଧ୍ଵ ତୀର୍ଥଯାତ୍ରୀ। ବାଲେଶ୍ଵର ଜିଲ୍ଲା ୬୦ ନମ୍ଵର ଜାତୀୟ ରାଜପଥ ହଳଦୀପଦା ଠାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଡ୍ରାଇଭର୍‌ର ଆଖି ଲାଖିଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ରାଜଧାନୀ ନାମକ (WB29B3432 ନମ୍ଵର ବିଶିଷ୍ଟ) ଏକ ତୀର୍ଥ ଯାତ୍ରୀ ବସ୍ ପଶ୍ଚିମବଙ୍ଗ ରାଜ୍ୟ ମେଦିନୀପୁର ଅଞ୍ଚଳରୁ ୬୫ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଯାଇଥିଲା। ରବିବାର ରାତିରେ ବସ୍‌ଟି ଛାତିଆରୁ ଦିଘା ଅଭିମୁଖେ ଯାତ୍ରା କରିବା ବେଳେ ଆଜି ଭୋର ୪ଟା ସମୟରେ ହଠାତ୍ ଡ୍ରାଇଭର ଦେହ ଖରାପ ହେବା ସହିତ ଆଖି ଲାଖି ଯାଇଥିଲା। ଫଳରେ ବସ୍‌ଟି ବସ୍ତା ଥାନା ହଳଦୀପଦା ଠାରେ ରାଜପଥ କଡ଼ ନୟନଯୋଡିକୁ ଓଲଟି ପଡିଥିଲା।

ଘଟଣାସ୍ଥଳରେ ଜଣେ ଯାତ୍ରୀ ଆହତ ହୋଇଥିବା ବେଳେ ବାକି ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆହତଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ବସ୍ତା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଚି ବସ୍ ଜବତ କରି ତଦନ୍ତ ଜାରି ରଖିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।