ଯାଜପୁର ୨୧/୦୫: ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମଙ୍ଗଳପୁର ୫୩ ନଂମ୍ବର ଜାତୀୟ ରାଜପଥ ପାଖ ଜଙ୍ଗଲରୁ ଜଣେ ଅଜଣା ବ୍ୟକ୍ତିଙ୍କ କଟା ଗୋଡ଼ ଉଦ୍ଧାର । ରାସ୍ତା କଡ଼ରେ ପଡିଛି କଡା ଗୋଡ । ତେବେ ଏହି କଟା ଗୋଡ଼ଟି କାହାର ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ତଦନ୍ତ ପାଇଁ କେନ୍ଦ୍ରାପଡ଼ରୁ ସାଇଣ୍ଟିଫିକ ଟିମ୍ ତଦନ୍ତ ପରେ ଅଧିକ ସୂଚନା ମିଳିପାରିବ ବୋଲି ସୁକିନ୍ଦା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏହି କଟା ଗୋଡ଼ କେଉଁଠୁ ଆସିଲା ଓ ଏହାକୁ କିଏ ଏହି ସ୍ଥାନ ରେ ପକାଇଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।