ଅପରାଧ ରାଜ୍ୟ

ରାସ୍ତାକାମକୁ ବିରୋଧ, ଗାଡି ଜାଳିଦେଲେ ମାଓବାଦୀ

ଧର୍ମଗଡ ୨୬।୦୬ : ଗାଡ଼ି ଜାଳିଦେଲେ ମାଓବାଦୀ । ନିର୍ମାଣ କାମରେ ନିୟୋଜିତ ଥିବା ଗାଡି ଜାଳିଦେଲେ ମାଓବାଦୀ । ଭବାନୀପାଟଣା ସଦର ବ୍ଲକ ଯୁଗସାଇପାଟଣା ପୋଖରୀ ଘାଟି ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ଯୁଗସାଇପାଟଣା ପୋଖରୀ ଘାଟି ମାନସ୍କାରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଚାଲିଥିଲା । ତେବେ ରାସ୍ତା କାମରେ ନିୟୋଜିତ ୩ ଟ୍ରାକ୍ଟର ଓ ୨ଟି ଟିପର ଓ ଗୋଟିଏ ଜେସିବିକୁ ସିପିଆଇ ମାଓବାଦୀ ଓଡିଶା ରାଜ୍ୟ କମିଟି ପକ୍ଷରୁ ପୋଡି ଦିଆଯାଇଛି । ରାସ୍ତାକାମକୁ ବିରୋଧ କରି ମାଓବାଦୀ ସଂଗଠନ ପକ୍ଷରୁ ବ୍ୟାପକ ପୋଷ୍ଟର ମଧ୍ୟ ଲଗାଯାଇଛି । ଘଟଣାସ୍ଥଳରେ ଏବେ ଯାଏଁ ପୋଲିସ ପହଞ୍ଚି ନଥିବା ବେଳେ ୨୦୧୮ ପରେ ମାଓ ସଂଗଠନର ଏହା ଏକ ବଡ଼ ହିଂସାକାଣ୍ଡ ବୋଲି ସୂଚନା ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।