ରାଜ୍ୟ

ରାସନକାର୍ଡରେ ୧୫, ୦୦୦ ନକଲି ନାଁ !

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଯୋଗାଣ ବିଭାଗର ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ପଦାକୁ ଆସିବାରେ ଲାଗିଛି। ‘ଭୂତ କାର୍ଡ’ ପରେ ଏବେ ନକଲି ନାମ ଥିବା କାର୍ଡରେ ଉଠାଯାଉଛି ଶହ ଶହ କ୍ବିଣ୍ଟାଲ ଚାଉଳ ଓ ଗହମ। ବସ୍ତିରେ ରହୁଥିବା ହିତାଧିକାରୀଙ୍କ କାର୍ଡରେ ଚାଲିଛି ଏହି କାମ। ଯେଉଁ ହିତାଧିକାରୀ କାର୍ଡରେ ୨ ଜଣ ସଦସ୍ୟ ଅଛନ୍ତି, ସେମାନଙ୍କ କାର୍ଡରେ ଆଉ ୩-୪ ଜଣ ଜାଲ୍‌ ଲୋକଙ୍କ ନାମ ଯୋଡି ଦିଆଯାଉଛି। ଫଳରେ ସେ କାର୍ଡ଼ ଜରିଆରେ ଅଧିକ ଚାଉଳ ଗହମ ଉଠା ଯାଉଛି। ନୂଆ ରାସନ କାର୍ଡ ପାଇଁ ପଡୁଥିବା ଆବେଦନ ଫର୍ମରୁ ଏପରି ଲୋକଙ୍କ ନାମ ଓ ସେମାନଙ୍କ ଆଧାରକାର୍ଡ ନମ୍ବର ସଂଗ୍ରହ କରାଯାଉଛି। ସେହି ନାମକୁ ଜଣେ ଓ ଦୁଇ ଜଣ ସଦସ୍ୟ ଥିବା କାର୍ଡରେ ଯୋଡି ଦିଆଯାଉଛି। ବର୍ଷ ବର୍ଷ ଧରି ଚାଲିଥିବା ଏ ଚକ୍ରାନ୍ତରେ ସାମିଲ ଅଛନ୍ତି କିଛି ଏସ୍‌ଏଚ୍‌ଜି ଗ୍ରୁପ୍‌ ଓ କଣ୍ଟ୍ରୋଲ ଦୋକାନୀ। ସେମାନେ ଯୋଗାଣ ବିଭାଗର ଡାଟାଏଣ୍ଟ୍ରି ଅପରେଟର ଓ ବିଭାଗୀୟ ଅଧିକାରୀଙ୍କ ସହ ଭିତିରି ସଲାସୁତୁରା କରି ଏହି ନକଲି ନାମକୁ ଯୋଡୁଥିବା ଅଭିଯୋଗ ହେଉଛି।

ଏହି ପ୍ରସଙ୍ଗରେ ଖୋଳତାଡ଼ କରିବାବେଳେ ଅତି ସହଜରେ ହସ୍ତଗତ ହୋଇଥିବା ଏକ କାର୍ଡରୁ ଯୋଗାଣ ବିଭାଗର ଏହି ବେଆଇନ କାର୍ଯ୍ୟର ସ୍ପଷ୍ଟ ପ୍ରମାଣ ମିଳିଛି। ଉକ୍ତ କାର୍ଡ​ର ହିତାଧିକାରୀ ପରିବାରରେ ୫ ସଦସ୍ୟ ଅଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା, ୫ ସଦସ୍ୟଙ୍କର ସାଙ୍ଗିଆ କିନ୍ତୁ ଅଲଗା ଅଲଗା। ଜଣଙ୍କର ସାଙ୍ଗିଆ ‘ଅକ୍‌ତାର’, ଅନ୍ୟ ଜଣଙ୍କର ‘ଦାଶ’, ତୃତୀୟ ସଦସ୍ୟଙ୍କ ସାଙ୍ଗିଆ ‘ଶର୍ମା’, ଚତୁର୍ଥଙ୍କର ‘ସ୍ବାଇଁ’ ଓ ପଞ୍ଚମ ସଦସ୍ୟଙ୍କ ସାଙ୍ଗିଆ ହେଉଛି ‘ଆଜମେରା’। ସହରରେ ଏମିତି ଶହ ଶହ ବେନାମୀ କାର୍ଡ ଚାଲୁ ରହିଛି। ସେହି କାର୍ଡ଼ଗୁଡ଼ିକ ଜରିଆରେ ପାଖାପାଖି ୧୫,୦୦୦ ନକଲି ନାମ ଯୋଡା ଯାଇଥିବା ଅଭିଯୋଗ ହେଉଛି। କଣ୍ଟ୍ରୋଲ ଦୋକାନୀ ଓ ଏସ୍‌ଏଚ୍‌ଜି ଗ୍ରୁପଗୁଡ଼ିକୁ ଯୋଗାଣ ବିଭାଗ ପକ୍ଷରୁ ବଣ୍ଟନ ହୋଇଥିବା କାର୍ଡଗୁଡ଼ିକୁ ସମାନ ଭାବେ ଦିଆ ଯାଉ ନଥିବାରୁ ବଣ୍ଟନ ହେଉ ନଥିବାରୁ ଏଭଳି କରିବା ସହଜ ହେଉଛି। କାର୍ଡଗୁଡ଼ିକୁ ସମାନ ଭାବେ ବାଣ୍ଟିବାଲାଗି ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଥିଲେ ହେଁ ରାଉରକେଲା ଯୋଗାଣ ବିଭାଗରେ ଏହାର ବ୍ୟତିକ୍ରମ ରହିଛି।

ତେଣୁ କେଉଁ କଣ୍ଟ୍ରୋଲ ଦୋକାନୀଙ୍କ ପାଖରେ ୨୦୦-୩୦୦ କାର୍ଡ ଅଛି ତ ଅନ୍ୟ କାହା ପାଖରେ ୧ ହଜାରରୁ ୧୨୦୦ ପର୍ଯ୍ୟନ୍ତ କାର୍ଡ ରହିଛି। ଏମିତି କିଛି ଏସ୍‌ଏଚ୍‌ଜି ଗ୍ରୁପ୍‌ ଓ କଣ୍ଟ୍ରୋଲ ଦୋକାନୀଙ୍କ ପାଖରେ ପ୍ରାୟ ୧୫୦୦ରୁ ୨୦୦୦ ପର୍ଯ୍ୟନ୍ତ କାର୍ଡ ବି ରହିଛି। ‌ଯେଉଁମାନଙ୍କ ପାଖରେ ଅଧିକ ରାସନ କାର୍ଡ ରହିଛି, ସେମାନଙ୍କ ମଧ୍ୟରୁ କେତେକ ଏମିତି ଦୁର୍ନୀତି କରୁଛନ୍ତି। ଯୋଗାଣ ବିଭାଗର ଅଧିକାରୀମାନେ ତାହା କେବଳ ଜାଣି ନାହାନ୍ତି, ହାତଗୁଞ୍ଜା ପାଇ ସେମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି ଅଭିଯୋଗ ହେଉଛି। ପୁଣି ଅତ୍ୟଧିକ କାର୍ଡ ରଖି ପରିଚାଳନା କରି ପାରୁ ନଥିବାରୁ ଅନେକ ହିତାଧିକାରୀ ଠିକଣା ସମୟରେ ନିଜ ଖାଉଟି ସାମଗ୍ରୀ ପାଇବାରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। କେବଳ ଏତିକି ନୁହେଁ, କିଛି ସରକାରୀ କର୍ମଚାରୀଙ୍କ ସମ୍ପର୍କୀୟ ମଧ୍ୟ କଣ୍ଟ୍ରୋଲ ଦୋକାନ ହାତେଇଛନ୍ତି।

ବାରମ୍ବାର ଅଭିଯୋଗ ସତ୍ବେ ଏମାନଙ୍କ ଲାଇସେନ୍ସ ବାତିଲ କରିବାକୁ ବିଭାଗୀୟ ଅଧିକାରୀ ପଛଘୁଞ୍ଚା ଦେଉଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ରାଉରକେଲାରେ ପ୍ରାୟ ୪ ହଜାର ଭୂତ କାର୍ଡକୁ ବାତିଲ କରାଯାଇଥିଲା। ମହାମାରୀ କରୋନା ସମୟରେ ଯୋଗାଣ ବିଭାଗରେ ବର୍ଷ ବର୍ଷ ଧରି ଚାଲିଥିବା ଏହି ସାଙ୍ଘାତିକ ଦୁର୍ନୀତିର ଗୁମର ଖୋଲିଥିଲା। କରୋନା ସମୟରେ ହିତାଧିକାରୀଙ୍କୁ କାର୍ଡ ପିଛା ୧ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମିଳିଥିଲା। ଏ ବାବଦରେ ସୁନ୍ଦରଗଡ ଜିଲ୍ଲାକୁ କାର୍ଡ ଅନୁଯାୟୀ ସର୍ବମୋଟ ୪୩ କୋଟି ,୯୭ ଲକ୍ଷ ୧୯ ହଜାର ୬୯୪ ଟଙ୍କା ଆସିଥିଲା। ଏଥି ମଧ୍ୟରୁ ୪୩ କୋଟି ୨୦ ଲକ୍ଷ ୧୬ ହଜାର ଟଙ୍କା ବଣ୍ଟନ କରାଯାଇଥିଲା। ଅବଶିଷ୍ଟ ୭୭ ଲକ୍ଷ ୩ ହଜାର ୬୯୪ ଟଙ୍କା ବଣ୍ଟନ ନ ହୋଇ ଫେରି ଯାଇଥିଲା, କାରଣ ସେପରି ହିତାଧିକାରୀ ନଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।