ରାଜ୍ୟ ରାଶିଫଳ

ରାଶିଫଳ(ସୋମବାର,୦୧ ନଭେମ୍ବର,୨୦୨୧)


ମେଷ – ଆଶାଜନକ ପରିବେଷ ପରିସ୍ଥିତି ମଧ୍ୟରେ ସମୟ ଅତିବାହିତ ହେବ, ଆତ୍ମବଳ ଅଧିକ ରହିବ, କର୍ମ ଏବଂ ଅର୍ଥ ଚିନ୍ତା ବଢିବ ତେଣୁ ସ୍ନାନପରେ ମହୁଖାଇ ଦିନ ଆରମ୍ଭ କରନ୍ତୁ ରିଷ୍ଟ କମିବ, କୌଣସି ଅତିତର ଯୋଜନାରେ ସଫଳ ହେବେ, ପାରିବାରିକ ପରିବେଷ ଭଲ ରହିବ ॥

ବୃଷ – ମନ ଦୁର୍ବଳ ହୋଇ ସ୍ବାସ୍ଥ୍ୟ ବିଗିଡିବ, ସତର୍କ ରହିଥିବେ, ଅଚାନକ ଖୁସିଖବର ମିଳିବ ଏବଂ ମନର ଆଶା ପୁରଣ ହେବ, ନିତ୍ୟ ବ୍ୟବହାର‌୍ୟ୍ୟ ଦ୍ରବ୍ୟ ବ୍ୟବସାୟରେ ଲାଭ ବଢିବ ଏବଂ ପୁରୁଣା ରୋଗରୁ ଉପସମ ମିଳିବ ॥

ମିଥୁନ – ଟଙ୍କାପଇସାକୁ ନେଇ ଚିନ୍ତା ବଢିବ ଏବଂ ବକେୟା ଅର୍ଥପ୍ରାପ୍ତିରେ ବାଧା ଉପୁଜିବ, ପିଲାମାନଙ୍କର ବିଦ୍ୟା ଶିକ୍ଷାରେ ବିଘ୍ନ ଘଟିବ, ମନ ଅସ୍ଥିର ରହିବ ତେଣୁ ସତର୍କ ରହିଥିବେ ଏବଂ ଜିବନସାଥି କିମ୍ବା ସନ୍ତାନ ମାନଙ୍କର ସ୍ବାସ୍ଥ୍ୟ ଖରାପ ହୋଇପାରେ ତେଣୁ ମନେ ମନେ ଓଁ ନମଃ ଶିବାୟ ଜପକରୁଥିବେ, ଆଜି କିଛି ଚିନି ଗୁଡ ଲାଲ ପିମ୍ପୁଡିଙ୍କୁ ଖାଇବାକୁ ଦିଅନ୍ତୁ ମନମୁତାବକ ଫଳ ପାଇବେ ॥

କର୍କଟ – ପରିବାରରେ ଭୁଲବୁଝାବଣା ରହିବ, ନିଜଲୋକମାନେ ହଇରାଣ କରିବେ, ଆୟ କମି ଋଣର ସ୍ଥିତି ଉପୁକିବ, ଭୁଲ ନିଷ୍ପତିର ଶିକାର ହେବେ, ଆଜି ରିଷ୍ଟପୂର୍ଣ୍ଣ ରହିବ ତେଣୁ ସକାଳୁ ସ୍ନାନ ସାରି ଦୁର୍ଗାଙ୍କର ଚାଳିଷା ପାଠକରି ଦିନ ଆରମ୍ଭ କରିବେ ॥

ସିଂହ – ମନୋବାଞ୍ଛିତ ପରିବେଷ ମିଳିବ, ମାତ୍ର ଭବିଷ୍ୟତକୁ ନେଇ କର୍ମ ଏବଂ ଅର୍ଥର ଚିନ୍ତା ରହିବ, କୌଣସି ସୁଖଶାନ୍ତି ଭରା ପରିବେଷ ମଧ୍ୟରେ ଦିନ କଟିବ, କୌଣସି ପ୍ରକାରର ଲାଭ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ପାଇବେ॥

କନ୍ୟା – ଚାକିରି ବା ରୋଜଗାର ବଢିବ, ଆଜି ପରିବାର ସଦସ୍ୟ ଏବଂ ଜୀବନସାଥି ସହିତ ଆନନ୍ଦୋଲ୍ଲାସ ଭରା ପରିବେଷ ମଧ୍ୟରେ ସମୟ କଟିବ, ସୁଖଶାନ୍ତି ସହିତ ଆତ୍ମତୃପ୍ତି ମିଳିବ ଏବଂ ଧାର୍ମିକ ପୁସ୍ତକ ଅଧ୍ୟୟନ ସହିତ ଧାର୍ମିକ ଭାବନାରେ ଶୁଭରେ ଶୁଭରେ ସମୟ କଟିବ॥

ତୁଳା – କୌଣସି ଯୋଜନାରେ ସଫଳ ହେବେ, ପାରିବାରିକ ଶାନ୍ତି ମିଳିବ, ବିଭିନ୍ନ ପ୍ରକାର ଚିନ୍ତାକରି ମନ ଅସ୍ଥିର ରହିବ, ଦିନଭରି ମା ଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ, ପିଲାମନଙ୍କର ଭବିଷ୍ୟତର ପାଠପଢା ଏବଂ କର୍ମନିଯିକ୍ତିକୁ ନେଈ ଚିନ୍ତିତ ରହିବେ ॥

ବିଛା – ପରିବାର ମଧ୍ୟରେ ହସଖୁସିରେ ଦିନ କଟିବ କିନ୍ତୁ ଦୈନଦିନ ଗୁଜୁରାଣ ନିମନ୍ତେ ଚିନ୍ତା ରହିବ, କର୍ମ କ୍ଷେତ୍ର ସ୍ଥିତିରେ ସୁଧାର ଆସିବ, ସରକାରି ସହାୟତା ମିଳିବ, ଟଙ୍କାପଇସାର ଅଭାବ ଆଜି କୋଣସି ପ୍ରାକାରେ ସ୍ବଭାବ ନଷ୍ଟ ଭଳି ସ୍ଥିତି ଉପୁଜେଇବ, ପାରିବାରିକ ସମ୍ପର୍କରେ ବୁଝାମଣା ଅଭାବ ରହିବ ॥

ଧନୁ – ଆଜି ପରିବାର ସହିତ ସମୟ କାଟନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ ଆତ୍ମଶାନ୍ତି ମିଳିବ, ଆଜି ହଳଦିଆ ଅନ୍ନ ପାରାଙ୍କୁ ଖାଇବାକୁ ଦିଅନ୍ତୁ ଅଟକିଥିବା କାମ ପୁରଣ ହେବ, ଖଣ୍ଡିଆ ଖାବରା ହେବା କିମ୍ବା କୌଣସି ଜିବ କାଟିବା ଭଳି ଅଶୁଭ ପ୍ରଭାବ ରହିବ ॥

ମକର – କାମଧନ୍ଧାରେ ବ୍ୟସ୍ତରହିବେ, ଯଥାସାଧ୍ୟ ଟଙ୍କାପଇସା ମିଳିବ, ପିଲାମାନେ ବିଦ୍ୟା ଅଧ୍ୟୟନ ପ୍ରତି ଆଗ୍ରହ ବଢିବ, ବନ୍ଧୁପରିଜନରେ ସାହାଯ୍ୟ ମିଳିବ, ଯାହା ଉଦ୍ୟମ କରିବେ ପୁରଣ ହେବ, ଗାଇଙ୍କୁ ରୁଟିଗୁଡ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ, ଅନୁକୁଳ ସମୟ ବଢିବ॥

କୁମ୍ଭ – ଆଜି ଦିନଟି ଶୁଭରେ ଶୁଭରେ କଟିବ, ଆଶାଜନକ ସମସ୍ତ ପରିବେଷ ପରିସ୍ଥିତି ରହିବ, ଆଜି ଲାଲ ରଙ୍ଗର କିଛି ବ୍ୟବହାର କରନ୍ତୁ ନାହିଁ ଏବଂ ଆମିଷ ଭକ୍ଷଣ କରନ୍ତୁ ନାହିଁ, ଶୁଭ ଦିନଟିଏ ରହିବ ଏବଂ ଚେଷ୍ଟା ଅନୁଯାୟୀ ଫଳ ମିଳିବ ॥

ମୀନ – ବିବାହ ଯୋଗ୍ୟ ପିଲାମାନଙ୍କର ଭବିଷ୍ୟତର ବାଟ ଖୋଲିବ, କର୍ମଜିବୀ ମହିଳା ଏବଂ ପୁୁରୁଷ ମାନଙ୍କର ଶୁଭରେ ଦିନ କଟିବ, ଜୀବନସାଥି ଏବଂ ପରିବାର ସହିତ ମନମୁତାବକ ପରିବେଷ ମଧ୍ୟରେ ସମୟ କଟିବ ମାତ୍ର ମୁଣ୍ଡ କିମ୍ବା ଛାତି ଜନ୍ତ୍ରଣା ରହିବ, ପିଲାମାନଙ୍କ ନିମନ୍ତେ ଶୁଭ ଦିନ ରହିଛି ଯାହା ଆଶା ରିବେ ପୁରଣ ହେବ ମାତ୍ର ଚାକିରିଆ ଏବଂ ବ୍ୟବସାୟୀ କିଛି ମାତ୍ରାରେ ଚୁନ୍ତାଗ୍ରସ୍ତ ରହିବେ॥

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।