ଦେଶ ବିଦେଶ ଧର୍ମ

ରାମ ମନ୍ଦିର ପାଇଁ ଚାଲିଥିବା ରାଲିକୁ ପଥର ମାଡ, ଅନେକ ଆହତ : ୪ ଦିନ ପୂର୍ବରୁ ଉଜ୍ଜେନ୍‌ରେ ହୋଇଥିଲା ଆକ୍ରମଣ

ଇନ୍ଦୋର ୨୯/୧୨ : ମଧ୍ୟ ପ୍ରଦେଶର ଇନ୍ଦୋରରେ ରାମ ମନ୍ଦିର ନିର୍ମାଣ ପାଇଁ ହେଉଥିବା ରାଲିରେ ଅଭାବନୀୟ ଘଟଣା ଘଟିଛି । ରାମ ମନ୍ଦିର ନିର୍ମାଣ ପାଇଁ ବାହାରିଥିବା ରାଲିକୁ କିଛି ବ୍ୟକ୍ତି ପଥର ମାଡ କରିଥିବା ସୂଚନା ମିଳିଛି । ଏହି ଘଟଣାରେ ୧୨ ରୁ ୧୫ ଜଣ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି ।

ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଉତ୍ତ୍ୟକ୍ତ ଲୋକଙ୍କୁ ଆୟତ କରିବାରେ ସକ୍ଷମ ହୋଇଛି । ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଡିସେମ୍ବର ୨୬ରେ ଉଜ୍ଜେନ୍‌ରେ ମଧ୍ୟ ରାମ ମନ୍ଦିରକୁ ନେଇ ବାହାର କରାଯାଇଥିବା ରାଲି ଉପରେ ଆକ୍ରମଣ କରାଯାଇଥିଲା ।

ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୀଳାନ୍ୟାସ କରିବା ପରେ ଏଥି ପାଇଁ କିଛି ଅର୍ଥ ଆଦାୟ ପାଇଁ ଧନ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରୁ ଏଥିପାଇଁ ସ୍ବତନ୍ତ୍ର ଭାବେ ରାଲି କରାଯାଇ ଅର୍ଥ ସଂଗ୍ରହ କରାଯାଉଛି । ତେବେ ଇନ୍ଦୋରରୁ ବାହାରିଥିବା ରାଲି ଗୌତମପୁରା ଅଞ୍ଚଳର ଚନ୍ଦନ ଖେଡୀ ଗାଁରେ ପହଞ୍ଚିବା ପରେ କିଛି ଲୋକ ରାଲିରେ ବ୍ୟବହୃତ ଗାଡି ଉପରକୁ ପଥର ମାଡ କରିଥିଲେ । ଘଟଣାରେ ପ୍ରାୟ ୧୨ ରୁ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ପୂର୍ବରୁ ଉଜ୍ଜେନ୍‌ରେ ମଧ୍ୟ ରାମ ମନ୍ଦିର ପାଇଁ ବାହାରିଥିବା ରାଲି ଉପରେ ଆକ୍ରମଣ କରାଯାଇଥିଲା । ଏହି ଘଟଣା ଉଜ୍ଜେନ୍‌ର ବଗେମବାଗ୍‌ ଅଞ୍ଚଳରେ ଘଟିଥିଲା । ଯେଉଁଥିରେ ସଂଘ ପରିବାରର କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଏହି ମାମଲାରେ ପୋଲିସ ୬ ଜଣଙ୍କୁ ଗିରଫ କରିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ