ଅଯୋଧ୍ୟା ୧୧/୦୨ : ଗୋଟିଏ ପଟେ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି ଅନ୍ୟ ପଟେ ମନ୍ଦିର ନିର୍ମାଣ ପାଇଁ ଅର୍ଥ ସଂଗ୍ରହ ମଧ୍ୟ ଜୋରସୋରରେ ଜାରି ରହିଛି । ସାରା ଦେଶରେ ମୋଟ ଏକ ଲକ୍ଷ୍ୟ ୫୦ ଟ୍ରଲି ଧନ ସଂଗ୍ରହ କାର୍ଯ୍ୟରେ ଲାଗିଛନ୍ତି । ବିଭିନ୍ନ ସ୍ଥାନରୁ ଆଦାୟ ହେଉଥିବା ଟଙ୍କାକୁ ମୋଟ ୩୭ ହଜାର ଲୋକ ବ୍ୟାଙ୍କ୍ରେ ଜମା କରିବା କାର୍ଯ୍ୟରେ ସାମିଲ ହୋଇଛନ୍ତି ।
ତେବେ ପାଣ୍ଠି ସଂଗ୍ରହ ନେଇ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା କେତେ ଟଙ୍କା ଆଦାୟ ହୋଇସାରିଲାଣି ତାହା କହିବା ସମ୍ଭବପର ନୁହେଁ । ଆନୁମାନିକ ଭାବେ ପ୍ରାୟ ୧୦୦୦ କୋଟି ଟଙ୍କା ବ୍ୟାଙ୍କ୍ ଆକାଉଣ୍ଟକୁ ଆସିସାରିଛି । ଏହା ବାଦ କିଛି ଅର୍ଥ ଆଦାୟ ହୋଇଛି ଏବଂ ବ୍ୟାଙ୍କ୍ ଆକାଉଣ୍ଟରେ ଜମା ହୋଇନାହିଁ କାରଣ ଏଥି ପାଇଁ କିଛି ସମୟ ଲାଗୁଛି ।
ଯଦି ମନ୍ଦିର କଥା କୁହାଯାଏ ତେବେ ଯେଉଁ ସ୍ଥାନରେ ନିର୍ମାଣ କାର୍ଯ୍ୟ ଜାରି ରହିଛି ସେଠାରେ ପ୍ରାୟ ୫ ମିଟର ତଳକୁ ଖନନ କାର୍ଯ୍ୟ ଜାରି ରହିଛି । ଟାଟା କନସଲଟାନ୍ସି ସହ ଏ ନେଇ ବୁଝାମଣା ସରିଛି । ୨୦୨୨ ସୁଦ୍ଧା ଅଯୋଧ୍ୟାରେ ରାମ ମନ୍ଦିର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ମୋଟାମୋଟି ଭାବେ କହିବାକୁ ଗଲେ ମନ୍ଦିର ନିର୍ମାଣ ପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇସାରିଛି । ସାରା ଦେଶରେ ପାଣ୍ଠି ସଂଗ୍ରହ କାର୍ଯ୍ୟ ମଧ୍ୟ ଚାଲୁ ରହିଛି । ମନ୍ଦିର ନିର୍ମାଣ ପାଇଁ ମୋଟ ୧୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।