କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜନୀତି ରାଜ୍ୟ

ରାମ ମନ୍ଦିର, ଧାରା ୩୭୦, କରୋନା: କିଭଳି ଥିଲା ବିଜେପିର ପରଫରମାନ୍ସ, ଜନତାଙ୍କୁ ପଚାରିବେ ମୋଦି

ନୂଆଦିଲ୍ଲୀ ୧୦/୦୮ : କିଛି ମାସ ପରେ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସାଧାରଣ ଜନତାଙ୍କୁ ଫିଡବ୍ୟାକ ମାଗିଛନ୍ତି। ମୋବାଇଲରେ ସର୍ଭେ ଜରିଆରେ ବିଜେପି ଲୋକଙ୍କ ପ୍ରତିକ୍ରିୟା ଜାଣିବାକୁ ଚେଷ୍ଟା କରିବ ଯେ ଜନତାଙ୍କ ପାଇଁ କେଉଁ ପ୍ରସଙ୍ଗ ମହତ୍ତ୍ୱପୂର୍ଣ୍ଣ। ଏଥିରେ ଜନତାଙ୍କୁ ପଚରାଯିବ ଯେ ସେମାନଙ୍କୁ କରୋନା ସ୍ଥିତି ପରିଚାଳନା କରିବ, ଧାରା ୩୭୦ ଓ ରାମ ମନ୍ଦିର ନିର୍ମାଣରେ ବିଜେପିର ଭୂମିକା କିଭଳି ଥିଲା।

ଉତ୍ତର ପ୍ରଦେଶ ସମେତ ୪ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ଏହି ସର୍ଭେ କରାଯିବ। ଜନତାଙ୍କୁ ପଚରାଯିବ ଯେ ବିରୋଧୀ ଦଳର ଏକତା ସେମାନଙ୍କ ବିଧାନସଭାରେ କିଛି ପ୍ରଭାବ ପକାଇବ କି ? କାରଣ ଦିଲ୍ଲୀରେ ବିରୋଧୀ ଦଳ ଲଗାତାର ବୈଠକ କରି ଏକତା ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛନ୍ତି।

ଏହି ସର୍ଭେର ନାଁ Share Your Opinion ଅର୍ଥାତ ନିଜ ମତାମତ ଦିଅନ୍ତୁ। ସର୍ଭେରେ ପଚରାଯିବ ଯେ ସେମାନଙ୍କ ପାଇଁ ମୋଦିଙ୍କ ଲିଡରସିପ ଓ କ୍ଷତିୟ ପ୍ରସଙ୍ଗ ମଧ୍ୟରୁ କେଉଁଟି ଅଧିକ ଗୁରୁତ୍ତ୍ୱପୂର୍ଣ୍ଣ। ଲୋକଙ୍କୁ ପଚରାଯାଇଥିବା ପ୍ରଶ୍ନ ଦଳର ପ୍ରାର୍ଥୀ ଚୟନରେ ମଧ୍ୟ ସାହାଯ୍ୟ କରିବ। ଲୋକଙ୍କୁ ପ୍ରଶ୍ନ କରିବାକୁ ୧୩ଟି ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ବଛାଯାଇଛି। ଏଥିରେ ମହଙ୍ଗା ଦର, ଦୁର୍ନୀତି, ଆଇନ ବ୍ୟବସ୍ଥା, ଶିକ୍ଷା, ରାମ ମନ୍ଦିର ନିର୍ମାଣ, ଟ୍ରିପଲ ତଲାକ ଆଇନ, ଧାରା ୩୭୦, କରୋନା, ବେକାରୀ ସମସ୍ୟା, ସ୍ୱଚ୍ଛତା, ବିଜୁଳି, ସଡକ ଓ ଭିତ୍ତିଭୂମି ସାମିଲ ଅଛି।

ଉତ୍ତର ପ୍ରଦେଶରେ ରାମ ମନ୍ଦିର ଓ ଆଇନ ବ୍ୟବସ୍ଥାକୁ ମୁଖ୍ୟ ପ୍ରସଙ୍ଗ ରଖାଯାଇଛି। ରାଜ୍ୟରେ ଟୀକାକରଣକୁ ନେଇ ମଧ୍ୟ ଲୋକଙ୍କ ମତାମତ ନିଆଯିବ।

ଆଉ ଏକ ପ୍ରଶ୍ନ ହେଲା, ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟରେ ସମାନ ଦଳର ସରକାର ଗଢିବାକୁ ଇଚ୍ଛୁକ କି ? ତାଙ୍କ ସରକାରଙ୍କ କାର୍ଯ୍ୟକଳାପ ଗତ ୪ ମଧ୍ୟରେ ବଦଳିଛି କି ? ରାଜ୍ୟର ଭବିଷ୍ୟତକୁ ନେଇ ପୂର୍ବାପେକ୍ଷା ଅଧିକ ଆଶାବାଦୀ କି ? ସରକାରଙ୍କ କାର୍ଯ୍ୟକୁ ନେଇ ନମ୍ବର ଆଧାରରେ ଲୋକଙ୍କ ଫିଡବ୍ୟାକ ମଗାଯିବ।

ସର୍ଭେରେ ପଚରାଯିବ, ନିଜ ରାଜ୍ୟର ୩ ଲୋକପ୍ରିୟ ବିଜେପି ନେତାଙ୍କ ନାମ। ଏହି ପ୍ରଶ୍ନ ଆଧାରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବାକୁ ସହଜ ହେବ। ଲୋକଙ୍କୁ ପଚରାଯିବ ଯେ ଲୋକେ ତାଙ୍କ ବିଧାୟକଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନା ନୁହେଁ। ଆହୁରି ପଚରାଯିବ ଯେ ପ୍ରାର୍ଥୀଙ୍କୁ ଭୋଟ ଦେବା ସମୟରେ କଣ ମହତ୍ତ୍ୱପୂର୍ଣ୍ଣ, ପ୍ରାର୍ଥୀଙ୍କ ଜାତି, ତାଙ୍କ ଧର୍ମ ନା ବିକାଶମୂଳକ କାର୍ଯ୍ୟ ?

ଜନତାଙ୍କୁ ଆଉ ଏକ ପ୍ରଶ୍ନ ବି କରାଯିବ ଯେ ରାଜ୍ୟ ସରକାରଙ୍କ କେଉଁ ଯୋଜନାରୁ ତାଙ୍କୁ ଅଧିକ ଫାଇଦା ହୋଇଛି। ସର୍ଭେର ଶେଷ ପ୍ରଶ୍ନ ହେଲା, ଆପଣ ନିଜ ବନ୍ଧୁ ଓ ପରିବାର ସଦସ୍ୟଙ୍କୁ ବିଜେପିକୁ ଭୋଟ ଦେବାକୁ କହିବେ କି ?

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ