ରାଜ୍ୟ

ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରିଥିବା ମୁଖ୍ୟ ପୂଜାରୀଙ୍କ ଦେହାନ୍ତ, ୮୬ବର୍ଷରେ ତ୍ୟାଗ କଲେ ଶେଷ ନିଶ୍ୱାସ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରିଥିବା ମୁଖ୍ୟ ପୂଜାରୀ ପଣ୍ଡିତ ଲକ୍ଷ୍ମୀକାନ୍ତ ମଧୁରନାଥ ଦୀକ୍ଷିତଙ୍କ ଦେହାନ୍ତ | ମୃତ୍ୟ ବେଳକୁ ତାଙ୍କୁ ୮୬ବର୍ଷ ବୟସ ହୋଇଥିବା ଜଣାପଡିଛି | ପ୍ରାଣ ପ୍ରତିଷ୍ଠାରେ ଅଂଶଗ୍ରହଣ କରିଥିବା ୧୨୧ଜଣ ବୈଦିକ ବ୍ରାହ୍ମଣଙ୍କ ନେତୃତ୍ୱ ନେଇଥିଲେ ପଣ୍ଡିତ ଲକ୍ଷ୍ମୀକାନ୍ତ। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ଏହି ସୂଚନା ପାଇ କାଶୀ ଲୋକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି

ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ପରିବାର ସଦସ୍ୟ କହିଛନ୍ତି ଯେ, ଆଜି ସକାଳେ ବାବୁଜୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା ଏବଂ କିଛି ସମୟ ପରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କର ଭାରତୀୟ ସନାତନ ସଂସ୍କୃତି ଏବଂ ପରମ୍ପରା ଉପରେ ଗଭୀର ବିଶ୍ୱାସ ଥିଲା ଏବଂ ସେ ସର୍ବଦା ଈଶ୍ବରଙ୍କ ନିକଟରେ ଉତ୍ସର୍ଗୀକୃତ ହେବାର ଅନୁଭବ ଲୋକଙ୍କୁ ବୁଝାଉଥିଲେ |

ଉଲ୍ଲେଖଯୋଗ୍ୟ, ଜାନୁଆରିରେ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତ ଅଯୋଧ୍ୟାରେ ହୋଇଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପୂଜାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ସମସ୍ତ ପୂଜା ସମାପ୍ତ ହୋଇଥିଲା। ଏହି ପୂଜାରେ ପୁଅ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଭାଗ ନେଇଥିଲେ। ଏହା ବ୍ୟତୀତ ସେ ଡିସେମ୍ବର ୨୦୨୧ ରେ କାଶୀ ବିଶ୍ୱନାଥ ଧାମର ଉଦଘାଟନ ପାଇଁ ହୋଇଥିବା ପୂଜାରେ ମଧ୍ୟ ଭାଗ ନେଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।