ରାଜ୍ୟ ସ୍ପେଶାଲ ରିପୋର୍ଟ

ରାମଲୀଳା ମାଧ୍ୟମରେ ଆନ୍ଧ୍ରର ଭୋଟ ପ୍ରଚାର: କୋଟିଆ ଭୋଟ ହାତେଇବାକୁ ଅଭିନବ ପ୍ରୟାସ

କୋରାପୁଟ: ବିବାଦୀୟ କୋଟିଆ ଗ୍ରାମପୁଞ୍ଜର ଭୋଟ ହାତେଇବାକୁ ଅଭିନବ ପ୍ରୟାସ କରିଛି ଆନ୍ଧ୍ର। ରାମଲୀଳା ମାଧ୍ୟମରେ ବିଭିନ୍ନ ଗ୍ରାମରେ ଆନ୍ଧ୍ର ନିର୍ବାଚନ ପ୍ରଚାର ଆରମ୍ଭ କରିଛି। ଜଗନ ସରକାରଙ୍କୁ ପୁଣି କ୍ଷମତାସୀନ କରିବାକୁ ଦଳୀୟ କର୍ମକର୍ତ୍ତାଙ୍କ ଜରିଆରେ ପ୍ରଚାର କରୁଛନ୍ତି ଅପେରା ଦଳ କଳାକାର। ଯାହାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୨୪ ସାଧାରଣ ନିର୍ବାଚନ ଓଡ଼ିଶା ଓ ଆନ୍ଧ୍ରରେ ଏକ ସମୟରେ ହେବାକୁ ଯାଉଛି। ତେବେ ଓଡ଼ିଶା ରାଜ୍ୟରେ ଥିବା କୋଟିଆ ଉପରେ ଆନ୍ଧ୍ର ଅଧିକ ଫୋକସ୍ କରିଛି। ପଞ୍ଚାୟତ ନିର୍ବାଚନରେ ଆନ୍ଧ୍ର କୋଟିଆରୁ ଭୋଟ ନେବା ସହ ସ୍ବତନ୍ତ୍ର ପ୍ରତିନିଧିଙ୍କୁ ନିର୍ବାଚିତ କରିଥିଲା। ଗତ ଏକ ମାସ ହେଲା ଅନୁପ୍ରବେଶକୁ ବଢ଼ାଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛି ଆନ୍ଧ୍ର। ବିଭିନ୍ନ ଲୋଭ ଦେଖାଇ ଆନ୍ଧ୍ର କୋଟିଆରେ ୧୪ ଗୁଣା ଭୋଟର ବଢ଼ାଇ ଥିବାରୁ କୋଟିଆ ଓ ଏହାର ଆଖପାଖ ଅଞ୍ଚଳରେ ରାମଲୀଳା ମାଧ୍ୟମରେ ପ୍ରଚାର ଆରମ୍ଭ କରିଛି ଜଗନ ସରକାର। ଗୁରୁବାର ମାନ୍ୟମ ପାର୍ବତୀପୁରମ ଜିଲ୍ଲା ଅନ୍ତର୍ଗତ ସାଲୁର ମଣ୍ଡଳରେ ରହିଥିବା ଥୋନମରେ ରାମଲୀଳା କାର୍ଯ୍ୟକ୍ରମ ହୋଇଥିବାବେଳେ ଜଗନ ସରକାରଙ୍କର ପ୍ରଚାର ପ୍ରସାର କରୁଛି ଅପେରା ଦଳ। ଆନ୍ଧ୍ର ସରକାରଙ୍କ ପ୍ ରୋତ୍ସାହନରେ କିଛି କଳାକାର ଗାଁକୁ ଗାଁ ବୁଲି ଏହି କାର୍ଯ୍ୟକ୍ରମ କରୁଥିବା ବେଳେ ଏହାକୁ ଦେଖିବାକୁ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ରାତି ୯ଟାରୁ ବିଳମ୍ବିତ ରାତି ଯାଏଁ ଏହି ରାମଲୀଳା ପରିବେଷଣ ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।