ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ରାମଚରିତମାନସ’ ସମାଜରେ ତିକ୍ତତା ବିସ୍ତାର କରୁଛି: ବିହାର ଶିକ୍ଷାମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ପାଟନା: ରାମାୟଣ ଆଧାରିତ ହିନ୍ଦୁ ଧର୍ମଗ୍ରନ୍ଥ ‘ରାମଚରିତମାନସ’ ସମାଜରେ ତିକ୍ତତା ବିସ୍ତାର କରୁଛି କହି ବୁଧବାର ଦିନ ବିହାରର ଶିକ୍ଷାମନ୍ତ୍ରୀ ବିବାଦର ସୂତ୍ରପାତ କରିଛନ୍ତି।

‘ନାଳନ୍ଦା ମୁକ୍ତ ବିଶ୍ବବିଦ୍ୟାଳୟ’ର ୧୫ଶ ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେବା ବେଳେ ‘ଆର୍‌ଜେଡି’ ନେତା ତଥା ବିହାରର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର କହିଛନ୍ତି, ‘ରାମଚରିତମାନସ’ ଏବଂ ‘ମନୁସ୍ମୃତି’ ଗ୍ରନ୍ଥ ସମାଜକୁ ଭାଗ ଭାଗ କରୁଛି। ‘ମନୁସ୍ମୃତି’ ପୋଡ଼ାଗଲା କାହିଁକି? ତା’ର କାରଣ ହେଉଛି ଏଥିରେ ସମାଜର ବୃହତ୍ତର ବର୍ଗଙ୍କ ବିପକ୍ଷରେ ଅନେକ ଖରାପ କଥା ଲେଖାଯାଇଛି। କେଉଁ ଅଂଶ ପାଇଁ ‘ରାମଚରିତମାନସ’କୁ ପ୍ରତିରୋଧ କରାଗଲା? ନୀଚ ବର୍ଣ୍ଣର ଲୋକମାନେ ଶିକ୍ଷାପ୍ରାପ୍ତ କରିପାରିବେ ନାହିଁ ବୋଲି ଯେଉଁଥିରେ ଉଲ୍ଲେଖ ଅଛି। ‘ରାମଚରିତମାନସ’ରେ ଉଲ୍ଲେଖ ଅଛି ଯେ, ଦୁଗ୍ଧ ପାନ କଲେ ସାପ ଯେମିତି ବିଷାକ୍ତ ହୋଇଯାଏ, ଶିକ୍ଷିତ ହେଲେ ନୀଚ ବର୍ଣ୍ଣର ଲୋକେ ସେମିତି ବିଷାକ୍ତ ହୋଇଯାଆନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଦଳିତ, ପଛୁଆବର୍ଗ ଓ ମହିଳାମାନଙ୍କୁ ଶିକ୍ଷିତ ହେବାରୁ ବଞ୍ଚିତ କରୁଥିବାରୁ ‘ମନୁସ୍ମୃତି’, ‘ରାମଚରିତମାନସ’ ଓ ଗୁରୁ ଗୋଲ୍‌ୱାକର୍‌ଙ୍କ ‘ବିଚାର ନବନୀତ’ ସମାଜରେ ତିକ୍ତତା ବିସ୍ତାର କରୁଛି। ତିକ୍ତତା ନୁହେଁ, ପ୍ରେମହିଁ ଦେଶକୁ ମହାନ୍‌ କରେ।

ବିହାର ଶିକ୍ଷାମନ୍ତ୍ରୀଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ବିଜେପି’ର ଜାତୀୟ ମୁଖପାତ୍ର ଶେହ୍‌ଜାଦ୍‌ ପୂନାୱାଲା କହିଛନ୍ତି, ଏଇଟା ସଂଯୋଗ ନୁହେଁ, ଭୋଟ୍‌ବ୍ୟାଙ୍କ୍‌ର ଉଦ୍ୟୋଗ। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି? ‘ଆର୍‌ଜେଡି’ ‘ପିଏଫ୍‌ଆଇ’, ‘ଏସ୍‌ଆଇଏମ୍‌ଆଇ’ ସପକ୍ଷରେ କହୁଥିବା ବେଳେ ଭୋଟ୍‌ ପାଇଁ ‘ହିନ୍ଦୁ ଆସ୍ଥା’କୁ ଭର୍ତ୍ସନା କରୁଛି।

‘ବିଜେପି ଓବିସି ମୋର୍ଚ୍ଚା’ର ଜାତୀୟ ସାଧାରଣ ସଚିବ ତଥା ରାଜ୍ୟ ‘ବିଜେପି’ ମୁଖପାତ୍ର ଡକ୍ଟର୍‌ ନିଖିଳ ଆନନ୍ଦ କହିଛନ୍ତି, ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଉଦ୍‌ବୋଧନ ଦେବା ବେଳେ ଶିକ୍ଷାମନ୍ତ୍ରୀ ଧାର୍ମିକ ତିକ୍ତତାକୁ ଆଧାର କରି ନିର୍ବୋଧଙ୍କ ଭଳି ମନ୍ତବ୍ୟ ଦେବା ଅତି ଆଶ୍ଚର୍ଯ୍ୟଜନକ। ‘ଆର୍‌ଜେଡି’ ମୁସ୍‌ଲିମ୍‌ ତୁଷ୍ଟିକରଣ ରାଜନୀତି କରୁଛୁ ବୋଲି ତା’ର ଚିନ୍ତାଧାରାରୁ ଜଣାପଡୁଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ