କଳା ଓ ସଂସ୍କୃତି ଧର୍ମ

ରାମଙ୍କ ପାଇଁ ଖୋଲା ହୃଦୟରେ ଦାନ: ସଂଗ୍ରହ ହେଲା ୨୧୦୦ କୋଟି, ଅନୁମାନ ଠାରୁ ହଜାରେ କୋଟି ଅଧିକ

ଅଯୋଧ୍ୟା ୨୮/୦୨ : ଅଯୋଧ୍ୟା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଗତ ୪୪ ଦିନ ହେଲା ଚାଲିଥିବା ରାମ ମନ୍ଦିର ନିଧି ସମର୍ପଣ ଅଭିଯାନରେ ୨୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ ହୋଇଛି। ଶନିବାର ଦିନ ନିଧି ସମର୍ପଣ ଅଭିଯାନର ଶେଷ ଦିନ ଥିଲା। ଏହି ଅଭିଯାନ ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହୋଇଥିଲା। ଏହି ଅଭିଯାନ ଯେତେବେଳେ ଆରମ୍ଭ ହୋଇଥିଲା ୧୧୦୦ କୋଟି ଟଙ୍କା ଆଦାୟ ହୋଇପାରେ ବୋଲି ଅନୁମାନ କରାଯାଇଥିଲା। କିନ୍ତୁ ଜନତାଙ୍କ ଅଦ୍ଭୂତପୂର୍ବ ଶ୍ରଦ୍ଧା ଓ ଭାଗିଦାରୀ ଯୋଗୁଁ ପାଖାପାଖି ହଜାରେ କୋଟି ଟଙ୍କା ଅଧିକ ସଂଗ୍ରହ ହୋଇଛି।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି କହିଛନ୍ତି ଯେ, ସବୁ ବର୍ଗର ଲୋକେ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ସେ କହିଛନ୍ତି ଯେ ଶନିବାର ସନ୍ଧ୍ୟା ସୁଦ୍ଧା ମୋଟ ୨୧୦୦ କୋଟି ଟଙ୍କା ସଂଗ୍ରହ ହୋଇଥିଲା। ଗତ ବର୍ଷ ଡିସେମ୍ବରରେ ଅନୁମାନ କରାଯାଇଥିଲା ଯେ ମନ୍ଦିର ନିର୍ମାଣ ପାଇଁ ୩୦୦-୪୦୦ କୋଟି ଏବଂ ପରିସର ପାଇଁ ୧୧୦୦ କୋଟି ଖର୍ଚ୍ଚ ହେବ। ଟ୍ରଷ୍ଟର ସଦସ୍ୟ ଡ.ଅନିଲ ମିଶ୍ର କହିଛନ୍ତି ଯେ ଏବେ ମନ୍ଦିର ପରିସର ବଜେଟ ଫାଇନାଲ ହୋଇନାହିଁ। ନିର୍ମାଣ କାର୍ଯ୍ୟ ପୁରା ହେବାପରେ ଏ ସମ୍ବନ୍ଧରେ ସଠିକ ସୂଚନା ଦିଆଯାଇପାରିବ।

ଶନିବାର ଦିନ ଅଯୋଧ୍ୟାର ସନ୍ଥ ଟ୍ରଷ୍ଟ ପରାମର୍ଶ ଦେଇଥିଲେ ଯେ ଅବଶିଷ୍ଟ ରାଶିରେ ଅଯୋଧ୍ୟାର ବିକାଶ କରାଯାଉ। କୋଟି କୋଟି ରମଭକ୍ତ ଯେଉଁ ଦାନ କରିଛନ୍ତି ତାର ଦୁରୁପଯୋଗ ନ ହେଉ। ତପସ୍ୱୀ ଛାଉଣୀ ମହନ୍ତ ପରମହଂସ ଦାସ କହିଛନ୍ତି ଯେ, ଟ୍ରଷ୍ଟ ମାତା ସୀତାଙ୍କ ନାଁରେ ଅଯୋଧ୍ୟାରେ ସଂସ୍କୃତ ବିଶ୍ୱବିଦ୍ୟାଳୟ ସ୍ଥାପିତ କରିବାକୁ ଏବଂ ସହରରେ ମାଗଣା କ୍ଷୀର ପାଇଁ ଗୌଶାଳା ସ୍ଥାପିତ କରିବାକୁ ଅତିରିକ୍ତ ରାଶି ବ୍ୟବହାର କରିବା ଉଚିତ।

ନିର୍ମହି ଆଖଡ଼ାର ମହନ୍ତ ଧନେନ୍ଦ୍ର ଦାସ କହିଛନ୍ତି ଯେ ଭଗବାନ ରାମଙ୍କ ନାଁରେ କୋଟି କୋଟି ଭାରତୀୟ ଦାନ କରିଛନ୍ତି। ଅତିରିକ୍ତ ଧନ ଅଯୋଧ୍ୟା ଓ ମନ୍ଦିର କଲ୍ୟାଣ ପାଇଁ ବ୍ୟବହାର କରାଯିବ ଉଚିତ। ହନୁମାନ ଗଢି ମନ୍ଦିର ପୂଜାରୀ କହିଛନ୍ତି ଯେ ଅତିରିକ୍ତ ଧନରେ ଅଯୋଧ୍ୟାରେ ପୁରୁଣା ମନ୍ଦିରଗୁଡିକୁ ପୁନର୍ଜୀବିତ କରିବାକୁ ବ୍ୟବହାର କରାଯାଉ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ