କଳା ଓ ସଂସ୍କୃତି ଧର୍ମ

ରାବଣ ବଧ ପୂର୍ବରୁ ଭଗବାନ ଶ୍ରୀରାମ ମା’ ଦୁର୍ଗାଙ୍କ ନିକଟରେ ଦାନ କରିଥିଲେ ନିଜର ଗୋଟିଏ ଆଖି, ଜାଣନ୍ତୁ ପୌରାଣିକ କଥା

ଭୁବନେଶ୍ୱର ୧୩/୧୦ : ବିଜୟାଦଶମୀ (ଦଶହରା) ର ହିନ୍ଦୁମାନଙ୍କର ଏକ ବିଶେଷ ପର୍ବ। ଭଗବାନ ରାମଙ୍କ ବିଜୟ ଏବଂ ରାବଣର ବଧକୁ ଖୁସିରେ ପାଳନ କରାଯାଏ। ମନ୍ଦ ଉପରେ ଭଲର ବିଜୟ ଓ ଅସତ୍ୟ ଉପରେ ସତ୍ୟର ଜୟର ଏହି ମହାପର୍ବରେ ରାବଣ ଦହନ ସହ କୁମ୍ଭକର୍ଣ୍ଣ ଓ ମେଘନାଦର ପୁତ୍ତଳିକା ମଧ୍ୟ ଦହନ କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ଭଗବାନ ଶ୍ରୀରାମ ଲଙ୍କାପତୀ ରାବଣକୁ ବଧ କରି ଲଙ୍କାକୁ ଜୟ କରିଥିଲେ। ଏକଥା ସମସ୍ତେ ଜାଣନ୍ତି, କିନ୍ତୁ ବହୁତ କମ୍ ଲୋକ ଜାଣିଥାନ୍ତି ଯେ ରାବଣଙ୍କୁ ବଧ କରିବା ପୂର୍ବରୁ ପ୍ରଭୁ ଶ୍ରୀରାମ ନିଜର ଗୋଟିଏ ଆଖି ଦାନ କରିଥିଲେ। କିମ୍ବଦନ୍ତୀ ଅନୁଯାୟୀ, ଭଗବାନ ଶ୍ରୀରାମଙ୍କୁ ଏହା କାହିଁକି କରିବାକୁ ପଡିଲା ଆସନ୍ତୁ ଜାଣିବା…

ସାରା ଦେଶରେ ଦଶହରା ପର୍ବ ଧୂମଧାମରେ ପାଳନ କରାଯାଏ। ଭଗବାନ ଶ୍ରୀରାମ ଏହି ଦିନ ପୃଥିବୀପୃଷ୍ଠକୁ ରାବଣଠୁ ମୁକ୍ତି ଦେଇଥିଲେ। ରାବଣ ବଧ ସହ ଧରାପୃଷ୍ଠ ପାପ ମୁକ୍ତ ହୋଇଥିଲା। ରାବଣ ବଧ ପାଇଁ ଭଗବାନ ଶ୍ରୀରାମଙ୍କୁ ନିଜ ଗୋଟିଏ ଆଖି ଦାନ କରିବାକୁ ପଡିଥିଲା। ତାପରେ ତାଙ୍କୁ ଲଙ୍କାରେ ବିଜୟ ପ୍ରାପ୍ତ ପାଇଁ ଆଶୀର୍ବାଦ ମିଳିଥିଲା। ପୌରାଣିକ କଥା ଅନୁଯାୟୀ ଭଗବାନ ଶ୍ରୀରାମ ରାବଣ ଉପରେ ବିଜୟ ହାସଲ କରିବାକୁ ମା’ ଦୁର୍ଗାଙ୍କୁ ପୂଜା କରି ଶକ୍ତି ପାଇଁ ଆହ୍ୱାନ କରିଥିଲେ। ସେତେବେଳେ ମା’ ଦୁର୍ଗା ଶ୍ରୀରାମଙ୍କୁ ପରୀକ୍ଷା କରିବାକୁ ପୂଜା ପାଇଁ ରଖାଯାଇଥିବା ପଦ୍ମରୁ ଗୋଟିଏ ପଦ୍ମ ଲୁଚେଇ ଦେଇଥିଲେ।

ଯେତେବେଳେ ଶ୍ରୀରାମ ଦେଖିଲେ ଯେ ପୂଜା ପାଇଁ ରଖାଯାଇଥିବା ପଦ୍ମ ଫୁଲରୁ ଗୋଟିଏ ଫୁଲ କମ ଅଛି ସେତେବେଳେ ସେ ମା’ ଦୁର୍ଗାଙ୍କୁ ନିଜର ଗୋଟିଏ ଆଖି ଅର୍ପଣ କରିବାକୁ ନିଷ୍ପତ୍ତି ନେଲେ। କୁହାଯାଏ ଯେ ଶ୍ରୀରାମଙ୍କ ନୟନ ପଦ୍ମ ସହ ସମାନ। ସେଥିପାଇଁ ସେ ନିଜର ଗୋଟିଏ ନୟନ ମା’ଙ୍କୁ ଅର୍ପଣ କରିଥିଲେ। ଶ୍ରୀରାମ ଯେମିତି ନିଜ ନେତ୍ର ବାହାର କରିବାକୁ ଯାଉଥିଲେ, ମା’ ପ୍ରକଟ ହେଲେ ଓ ପ୍ରସନ୍ନ ହୋଇ ତାଙ୍କୁ ଆଶୀର୍ବାଦ ଦେଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ