କଳା ଓ ସଂସ୍କୃତି ଦେଶ ବିଦେଶ

ରାବଣର ପୁଷ୍ପକ ବିମାନ ଉପରେ ଗବେଷଣା କରିବ ଶ୍ରୀଲଙ୍କା; ଯୋଗ ଦେବା ପାଇଁ ଭାରତକୁ ଅନୁରୋଧ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁଁ ସ୍ଥଗିତ ଥିବା ରାବଣର ପୁଷ୍ପକ ବିମାନ ଉପରେ ପୁଣି ଗବେଷଣା ଆରମ୍ଭ କରିବାକୁ ଶ୍ରୀଲଙ୍କା ସରକାର ସ୍ଥିର କରିଛନ୍ତି। ରାଜା ରାବଣ ଜଣେ ସୁଦକ୍ଷ ବୈମାନିକ ଥିଲେ ଏବଂ ବିଭିନ୍ନ ସ୍ଥାନକୁ ଯିବା ପାଇଁ ତାଙ୍କର ‘ପୁଷ୍ପକ ବିମାନ’ ଥିଲା ବୋଲି ଦାବି ଉଠିବା ପରେ ସେ ବିଷୟରେ ଗବେଷଣା କରିବା ଲାଗି ୨୦୧୯ରେ ଶ୍ରୀଲଙ୍କା ସରକାର ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ।

ରାବଣ ଏବଂ ପୁଷ୍ପକ ବିମାନ ପ୍ରସଙ୍ଗ ଥିବା ‘ରାମାୟଣ କାବ୍ୟ’ ସହ ଉଭୟ ଦେଶ ସଂଶ୍ଳିଷ୍ଟ ଥିବାରୁ ଭାରତ ମଧ୍ୟ ଏହି ଗବେଷଣାରେ ଯୋଗ ଦେଉ ବୋଲି ଶ୍ରୀଲଙ୍କା ଚାହୁଁଛି।

ଐତିହାସିକମାନଙ୍କ ସମେତ ଶ୍ରୀଲଙ୍କାର ଅନେକ ଲୋକଙ୍କର ବିଶ୍ବାସ ଯେ, ରାବଣ କେବଳ ଜଣେ ପୌରାଣିକ ପାତ୍ର ନୁହନ୍ତି, ଲଙ୍କା ଶାସନ କରୁଥିବା ଜଣେ ପ୍ରକୃତ ବ୍ୟକ୍ତି।

କୋଭିଡ୍‌-୧୯ ମହାମାରୀ ଯୋଗୁଁ ଉକ୍ତ ଗବେଷଣା ସ୍ଥଗିତ ରଖାଯାଇଥିଲା। ଏବେ ପରିସ୍ଥିତି କ୍ରମଶଃ ସ୍ବାଭାବିକ ହେଉଥିବାରୁ ଗବେଷଣା ପୁନର୍ବାର ଚାଲୁ କରିବା ଲାଗି ସରକାର ସ୍ଥିର କରିଛନ୍ତି। ୨୦୨୨ ପ୍ରାରମ୍ଭ‌ରେ ଏହି ଅଧ୍ୟୟନ ଆରମ୍ଭ ହେବ ବୋଲି ଆଶା କରାଯାଉଛି।

‘ଶ୍ରୀଲଙ୍କୀୟ ବିମାନ ଚଳାଚଳ କର୍ତ୍ତୃପକ୍ଷ’ର ପୂର୍ବତନ ଉପାଧ୍ୟକ୍ଷ ଶଶୀ ଦନତୁଙ୍ଗେ କହିଛନ୍ତି ଯେ, ଏହି ଗବେଷଣା ନିମନ୍ତେ ରାଜପକ୍ଷେ ନେତୃତ୍ବାଧୀନ ଶ୍ରୀଲଙ୍କୀୟ ସରକାର ବିଶେଷ ଆଗ୍ରହ ଦେଖାଇଛନ୍ତି। ଆଗାମୀ ବର୍ଷ ପ୍ରାରମ୍ଭରେ ଏହି ଅଧ୍ୟୟନ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାବଣର ବିମାନ ଏବଂ ବିମାନ ବନ୍ଦର ଥିଲା ଓ ସେ ଭାରତକୁ ଯାତ୍ରା କରୁଥିଲେ। ବିମାନ ଉଡ଼ାଣ ଭଳି ଉନ୍ନତ ବୈଷୟିକ ଜ୍ଞାନ ବିଷୟରେ ଶ୍ରୀଲଙ୍କା ଏବଂ ଭାରତୀୟମାନେ ସୁପରିଚିତ ଥିଲେ।

ଦୁଇ ବର୍ଷ ପୂର୍ବେ ବେସାମରିକ ବିମାନ ଚଳାଚଳ ବିଶେଷଜ୍ଞ, ଐତିହାସିକ, ପ୍ରତ୍ନତତ୍ତ୍ବବିତ୍, ବୈଜ୍ଞାନିକ ଏବଂ ଭୂତତ୍ତ୍ବବିତ୍‌ମାନଙ୍କ ସହ ବୈଠକ କରିବା ପରେ ପ୍ରଥମେ ଏହି ଗବେଷଣାକୁ ଅନୁମୋଦନ ମିଳିଥିଲା। ବାସ୍ତବିକ ରାବଣ ହିଁ ଆକାଶରେ ଉଡ଼ିବାରେ ପ୍ରଥମ ବ୍ୟକ୍ତି ଥିଲେ ବୋଲି ବୈଠକରେ ଭାଗ ନେଇଥିବା ବ୍ୟକ୍ତିମାନେ ଏକମତ ହୋଇଥିଲେ। ରାବଣ ଭାରତକୁ ଯାଇ ପ୍ରତ୍ୟାବର୍ତ୍ତନ କରିଥିବା କଥା ମଧ୍ୟ ସେମାନେ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,