ଖେଳ ଦେଶ ବିଦେଶ

ରାପିନେ-ବାର୍ଡଙ୍କ ନିର୍ବନ୍ଧ

ନ୍ୟୁୟର୍କ: ଦୁଇ ଥର ଫୁଟ୍‌ବଲ୍ ବିଶ୍ବକପ୍ ବିଜୟିନୀ ମେଗାନ ରାପିନେ ଓ ୧୧ ଥର ଡବ୍ଲ୍ୟୁଏନବିଏ ଅଲଷ୍ଟାର ତାରକା ସୁ ବାର୍ଡଙ୍କର ନିର୍ବନ୍ଧ ଶେଷ ହୋ‌ଇଛି। ଉଭୟ ନିଜ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଫଟୋ ପ୍ରକାଶ କରି ଏହି ସୂଚନା ଦେଇଛନ୍ତି। ଚାରିଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜୟିନୀ ୪୦ ବର୍ଷୀୟା ବାର୍ଡ ଚଳିତ ମାସ ପ୍ରାରମ୍ଭରେ ନିଜ ଚତୁର୍ଥ ଡବ୍ଲ୍ୟୁଏନବିଏ ଟ୍ରଫି ଜିତିଥିଲେ। ୨୦୧୯ ମସିହାରେ ସମ୍ମାନଜନକ ବାଲନ ଡି’ଓର ପୁରସ୍କାର ଜିତିଥିବା ରାପିନେ ଗତବର୍ଷ ହିଁ ଦ୍ବିତୀୟ ଥର ପାଇଁ ବିଶ୍ବକପ୍ ଜିତିବା ସହ ସ୍ବର୍ଣ୍ଣ ଜୋତା ଓ ସ୍ବର୍ଣ୍ଣ ବଲ୍ ହାସଲ କରିଥିଲେ। ଗତ ତିନି ବର୍ଷ ହେବ ଏହି ଦୁଇ ସମଲିଙ୍ଗୀ କ୍ରୀଡ଼ା ତାରକା ପରସ୍ପରକୁ ପ୍ରେମ କରୁଥିଲେ। ସେମା‌ନେ ମଧ୍ୟ ୨୦୧୮ ମସିହାରେ ବିଶ୍ବର ପ୍ରଥମ ସମଲିଙ୍ଗୀ କ୍ରୀଡ଼ା କପଲ ଭାବେ ଇସ୍‌ପିଏନ୍‌ର ‘ବଡି ଇସ୍ୟୁ’ରେ ସ୍ଥାନ ପାଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ