ଅପରାଧ ରାଜ୍ୟ

ରାଧାଷ୍ଟମୀରେ ଚୋରି, ଦୁର୍ବୃତ୍ତ ମନ୍ଦିରରେ ପଶି ମୂର୍ତ୍ତି ସହ ନେଇଗଲେ ସୁନାଗହଣା !

ପୁରୀ ୦୪।୦୯ : ଶ୍ରୀକ୍ଷେତ୍ରରେ ମାତିଲେ ମୂର୍ତ୍ତି ଚୋର । ରବିବାର ପବିତ୍ର ରାଧାଷ୍ଟମୀ ଅବସରରେ ବି ରାଧା ମୂର୍ତ୍ତିଙ୍କୁ ଛାଡିଲେନି ଲୁଟେରା । ପୁରୀ ସଦର ଥାନା ଚକ୍ରବର୍ତ୍ତୀ ଗାଁରେ ଥିବା ରାଧାକୃଷ୍ଣ ମନ୍ଦିରରୁ ମୂର୍ତ୍ତି ସହ ସୁନାଗହଣା ଚୋରି କରିନେଇଛନ୍ତି ଲୁଟେରା । ଏନେଇ ସଦର ଥାନାରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।

ଖବର ଅନୁଯାୟା, ପୁରୀ ସଦର ଥାନା ଚକ୍ରବର୍ତ୍ତୀ ଗାଁର ରାଧାକୃଷ୍ଣ ମନ୍ଦିରରୁ ମୂର୍ତ୍ତି ସହ ସୁନାଗହଣା ଚୋରି ହୋଇଛି । ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ସନ୍ଦେହ କରାଯାଉଛି । ଗାଁଲୋକେ ମନ୍ଦିର ଖୋଲି ଦେଖିବା ପରେ, ରାଧାଙ୍କ ମୂର୍ତ୍ତ ସହ ଅନେକ ସୁନାଗହଣା ଲୁଟ୍‌ ହୋଇଛି । ଏନେଇ ସଦର ଥାନାକୁ ଜଣାଇଥିଲେ । ଏହାପରେ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପିରିକି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ବାର୍ଡ ସଯୋଗ ନିଆଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।