ଅପରାଧ ରାଜ୍ୟ

ରାତି ଅଧରେ ହଷ୍ଟେଲ ପାଚେରୀ ଡେଇଁଲେ ଛାତ୍ରଛାତ୍ରୀ, ଜିଲ୍ଲାପାଳଙ୍କୁ ଭେଟି କଲେ ଅଭିଯୋଗ

ମାଲକାନଗିରି ୦୩/୦୯: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ମାରିୱାଡା ଆଶ୍ରମ ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗି ରହିଛି ଅବ୍ୟବସ୍ଥା । ଛାତ୍ର ଛାତ୍ରୀଙ୍କ କୌଣସି କଥା ଶୁଣୁ ନାହାନ୍ତି ସ୍କୁଲ କତ୍ତୃପକ୍ଷ କିମ୍ବା ଜିଲ୍ଲା ମଙ୍ଗଳ ଅଧିକାରୀ ।

ପ୍ରତି ମାସରେ ଛାତ୍ରଙ୍କ ପାଇଁ ଆସୁଥିବା ଚାଉଳ ବିକ୍ରି କରି ଦେଉଛନ୍ତି ହଷ୍ଟେଲ ୱାର୍ଡେନ । ଏହାସହ ୱାର୍ଡେନ ଝିଅକୁ ନ ଧରିଲେ ପିଲାଙ୍କୁ ଅଭଦ୍ର ଭାଷାରେ ଗାଳି ଶୁଣିବାକୁ ମଧ୍ୟ ପଡେ । ଆହୁରି ମଧ୍ୟ ହଷ୍ଟେଲରେ ପାନୀୟ ଜଳର ସୁବିଧା ନଥିବା ବେଳେ ପାଇଖାନା ବ୍ୟବସ୍ଥା ମଧ୍ୟ ଠିକ୍ ନଥିବା ଅଭିଯୋଗ ହୋଇଛି ।

ଛାତ୍ର ମାନେ ଡ୍ରେନ ସଫା କରୁଥିବା ବେଲେ ୱାର୍ଡେନ ସମସ୍ତ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେଉଛନ୍ତି । ଯେଉଁଥି ପାଇଁ ୧୫ ରୁ ୨୦ ଜଣ ଛାତ୍ର ହଷ୍ଟେଲର ପାଚେରୀ ଡେଇଁ ଆଜି ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ଆସିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।