ଅପରାଧ ଦେଶ ବିଦେଶ

ରାତିରେ ପଡିଲା ହାତଗଣ୍ଠି, ସାତ ଫେରା ନେଲେ ନବ ଦମ୍ପତି, କନିଆ କହିଲା-ମୁଁ ବର ସହ ଯିବିନି

ନୂଆଦିଲ୍ଲୀ ୦୮।୦୬: ସାରା ଦେଶରେ ବର୍ତ୍ତମାନ ବିବାହ ଋତୁ ଚାଲିଛି । ଏହି ସମୟରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ହେଲେ ଏଠାରେ, ବିବାହର କିଛି ଘଣ୍ଟା ପରେ, କନ୍ୟା ନିଜର ନବ ବିବାହିତ ଜୀବନସାଥୀ ସହିତ ସବୁ ବନ୍ଧନ ଭାଙ୍ଗି ଦେଇଛି । କନ୍ୟାର କହିବା ଅନୁସାରେ ବର ବୟସ ବହୁତ ଅଧିକ ରହିଛି। ଏହି କାରଣରୁ ଏହି ଘଟଣା ଘଟିଛି ।

ଏହି ଘଟଣାଟି ବାରାଣାସୀର ଚୌବେପୁର ଅଞ୍ଚଳରୁ ଆସିଛି। ମିଡିଆ ରିପୋର୍ଟ ଅନୁଯାୟୀ ରବିବାର ଦିନ କାଦିପୁର ଖୁର୍ଦ ଗ୍ରାମର ଏକ ଛୋଟ ବସ୍ତିରେ ଏକ ବିବାହ ହୋଇଥିଲା। ବର ତାର ଶୋଭାଯାତ୍ରା କରି ଗାଁରେ ପହଞ୍ଚିଥିଲା । ପରେ ହିନ୍ଦୁ ଧର୍ମ ରୀତିନୀତିରେ ସାତ ଫେରା ନେଇ ବର କନ୍ୟାକୁ ସୁନ୍ଦର ପିନ୍ଧାଇ ବିବାହ ଶେଷ କରିଥିଲା ।

କିନ୍ତୁ ଯେତେବେଳେ ସୋମବାର ସକାଳେ ଝିଅର ବିଦାୟି ପାଇଁ ପ୍ରସ୍ତୁତି ଆରମ୍ଭ ହେଲା, ସେତେବେଳେ ସେ ବର ସହିତ ଯିବାକୁ ମନା କରିଥିଲା। ସେ କହିବା କଥା କି ବର ବୟସ ଅଧିକ ସେ ବୁଢା ହୋଇଯାଇଛି। ଏହି କଥାକୁ ନେଇ ଦୁଇ ଘର ପକ୍ଷରୁ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା। ହେଲେ କଥା ଏତେ ବଢି ଯାଇଥିଲା କି ପୋଲିସ୍‌ ଥାନାରେ ପହଞ୍ଚିଥିଲା। କିନ୍ତୁ କନ୍ୟା ଜିଦ୍ ଆଗରେ କାହାରି ବି ଚାଲି ନଥିଲା । ଆଉ କିଛି ସମୟ ପରେ ବିବାହ ଭାଙ୍ଗି ଯାଇଥିଲା । ଶେଷରେ କନ୍ୟା ବିନା ବର ବିନା ଖାଲି ହାତରେ ଘରକୁ ଫେରି ଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ