ଭୁବନେଶ୍ବର ୩୦।୧: ରଙ୍ଗ ଆମ ଜୀବନରେ ଗଭୀର ପ୍ରଭାବ ପକାଇଥାଏ । ଆଉ ସେହି ରଙ୍ଗ ଆମ ଜୀବନରେ ଅଲଗା ଖୁସି ଆଣିଥାଏ । କିନ୍ତୁ ଅନେକ ଲୋକଙ୍କୁ କଳା ରଙ୍ଗ ଖୁବ୍ ପସନ୍ଦ ହୋଇଥାଏ । ସେମାନେ ଅନେକ ସମୟରେ କଳା ରଙ୍ଗ ବ୍ୟବହାର କରି ବେଶ ଖୁସି ହୋଇଥାନ୍ତି । କିନ୍ତୁ ହିନ୍ଦୁ ଶାସ୍ତ୍ରରେ କଳା ରଙ୍ଗର ବ୍ୟବହାରକୁ ବାରଣ କରାଯାଇଛି । ଆମ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି, ରାତିରେ କଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ୍ ନୁହେଁ ।
ହିନ୍ଦୁ ଶାସ୍ତ୍ର ଅନୁସାରେ, କୌଣସି ବ୍ୟକ୍ତିଙ୍କୁ ରାତିରେ କଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ୍ ନୁହେଁ । କଳା ରଙ୍ଗର ପୋଷାକକୁ ନକରାତ୍ମକର ପ୍ରତୀକ ଭାବେ ଜଣାଯାଏ । ରାତି ସମୟ ନକରାତ୍ମକ ଶକ୍ତିର ସମୟ ହୋଇଥାଏ । କୁହାଯାଏ ଯଦି ରାତିରେ କେହି କଳା ରଙ୍ଗର ପୋଷାକ ପିନ୍ଧି ବୁଲିଥାଏ, ତେବେ ସେ ଖୁବ୍ ଶୀଘ୍ର ନକରାତ୍ମକ ଶକ୍ତି ଅଧୀନରେ ଆସିଥାଏ । ଯେଉଁ କାରଣରୁ ବ୍ୟକ୍ତିକୁ ଅନେକ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।
ଏହା ବ୍ୟତୀତ ରାତିରେ କଳା କପଡା ପିନ୍ଧିବା ଦ୍ୱାରା ବାସ୍ତୁ ଦୋଷ ମଧ୍ୟ ଉତ୍ପନ୍ନ ହୋଇଥାଏ । ଏହା କାରଣରୁ ଘରେ ଅନ୍ୟ ସଦସ୍ୟ ମାନଙ୍କୁ ଆର୍ଥିକ ସମସ୍ୟା ଦେଖାଦେବା ସହିତ ସେମାନଙ୍କ ମଧ୍ୟରେ ଝଗଡା ମଧ୍ୟ ହେବାର ସମ୍ଭାବନା ରହିଥାଏ । ତେଣୁ ରାତିରେ କଳା ରଙ୍ଗର କପଡା ବିନ୍ଧିବାକୁ ବାରଣ କରାଯାଇଛି ।