ମନୋରଞ୍ଜନ

ରାତିକରେ ବରବାଦ ହୋଇଯାଇଥିଲା ରଂଜିତ ଷ୍ଟୁଡିଓ

ମୁମ୍ବାଇର ପ୍ରଖ୍ୟାତ ଷ୍ଟୁଡିଓ ରଂଜିତ ଷ୍ଟୁଡିଓ ହିନ୍ଦୀ ଚଳଚ୍ଚିତ୍ରର ଏକ ଜଣାଶୁଣା ପ୍ରଡକ୍ସନ ହାଉସ୍। ୧୯୨୯ରୁ ୧୯୪୯ ମଧ୍ୟରେ ଏହି ଷ୍ଟୁଡିଓର ବ୍ୟାନର୍‌ ତଳେ ପ୍ରାୟ ୧୨୭ରୁ ଅଧିକ ଚଳଚ୍ଚିତ୍ର ଓ ୩୧ଟି ସାଇଲେଣ୍ଟ୍ ଚଳଚ୍ଚିତ୍ର ତିଆରି ହୋଇଛି। ଏକାଧିକ ବିଶିଷ୍ଟ ହିନ୍ଦୀ କଳାକାରଙ୍କ ମଧ୍ୟରେ ପୃଥ୍ବୀରାଜ କପୁର, କଲ୍ୟାଣୀ ବାଈ, କେଦାର ଶର୍ମାଙ୍କ ଭଳି ଚରିତ୍ରକୁ ଲୋକପ୍ରିୟ କରିବାରେ ମଧ୍ୟ ରଂଜିତ ଷ୍ଟୁଡିଓର ଭୂମିକା ରହିଛି। ୧୯୨୯ରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଚନ୍ଦୁଲାଲ୍ ଶାହ ଓ ଅଭିନେତ୍ରୀ ଗୌହର୍ ଜାନ୍ ମିଳିତ ଭାବେ ଏହାକୁ ତିଆରି କରିଥିଲେ।

ପ୍ରତିବର୍ଷ ଏହି ବ୍ୟାନରରେ ପ୍ରାୟ ୬ଟି ଚଳଚ୍ଚିତ୍ର ନିର୍ମାଣ କରି ଢେର୍ ଲାଭ ପାଇବା ପରେ ନିର୍ଦ୍ଦେଶକ ଚନ୍ଦୁଲାଲ୍ ସେୟାର୍ ମାର୍କେଟ୍, ଘୋଡ଼ା ଦୌଡ଼ ଓ ଜୁଆ ଭଳି ଖେଳରେ ଟଙ୍କା ଲଗାଇ ସଫଳ ହୋଇଥିଲେ। ତେବେ ୧୯୪୪ରେ ଚନ୍ଦୁଲାଲ୍ ଗୋଟେ ରାତିରେ ଜୁଆ ଖେଳି ପ୍ରାୟ ୧କୋଟି ୨୫ ଲକ୍ଷରୁ ଅଧିକ ଟଙ୍କା ହରାଇଥିଲେ। ଯେଉଁଥିପାଇଁ ସେ ବାଧ୍ୟ ହୋଇ ଏସିଆନ୍ ଇନ୍‌ସୁରାନ୍ସ କମ୍ପାନି ପାଖରେ ରଂଜିତ ଷ୍ଟୁଡିଓକୁ ବନ୍ଧା ପକାଇଥିଲେ। ଶେଷରେ ଋଣ ପରିଶୋଧ କରି ନ ପାରିବା କାରଣରୁ ଏହି ଷ୍ଟୁଡିଓ ଆଉ ମୁକୁଳି ପାରିନଥିଲା। ଶେଷରେ ଷ୍ଟୁଡିଓରେ କାମ କରୁଥିବା ୭୫୦ରୁ ଅଧିକ ଲୋକଙ୍କ ଜୀବିକା ଉଜୁଡ଼ି ଯାଇଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ