ଅପରାଧ ରାଜ୍ୟ

ରାତିଅଧରେ ଗାଁରେ ପଶି ମହିଳାଙ୍କୁ ଆକ୍ରମଣ ଘଟଣା, ଚିତ୍ରକୋଣ୍ଡା ଏସ୍‌ଡିପିଓଙ୍କୁ ବରଖାସ୍ତ ନକରିବା ଯାଏଁ ଆନ୍ଦୋଳନ ଚାଲିବ-କଂଗ୍ରେସ

ଜୟପୁର ୨୬।୦୬ : ଚିତ୍ରକୋଣ୍ଡା RSC 13 ଗାଁରେ ରାତି ଅଧରେ ଘରେ ପସି ମହିଳାଙ୍କୁ ଆକ୍ରମଣ ଘଟଣା। ଖୁବଶୀଘ୍ର କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳକୁ ଯିବ। ଏନେଇ ସୂଚନା ଦେଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି।

ତାରାଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ୫ ବିଧାୟକ ଏଥିରେ ସାମିଲ ଥିଲେ । ତାରାଙ୍କ ସହ ଅଧିରାଜ ପାଣିଗ୍ରାହୀ, ସନ୍ତୋଷ ସିଂ ସାଲୁଜା, ରମେଶ ଜେନା ସାମିଲ ଥିଲେ । ଚିତ୍ରକୋଣ୍ଡା ଏସ୍‌ଡିପିଓ ଅଂଶୁମାନ ଦ୍ବିବେଦୀଙ୍କୁ ବରଖାସ୍ତ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ତାରା। ଏପିରିକି ଏହି ପ୍ରସଙ୍ଗ ଆସନ୍ତା ବିଧାନସଭାରେ ବି ଉଠାଇବାକୁ ତାରା ଦେଲେ ସୂଚନା।

ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖ ଦିନ ରାତି ଅଧରେ ଚଢାଉ ନାଁରେ ମହିଳା ପୋଲିସର ବିନା ଉପସ୍ଥିତିରେ ଅଂଶୁମାନ ଦ୍ବୀବେଦୀ ଘରେ ପସି ମହିଳାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଏପରିକି ଏଥିରେ ଗର୍ଭବତୀ ମହିଳା ମାନେ ବି ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।