ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଏହା ଦ୍ବାରା ସେମାନଙ୍କ ମହଙ୍ଗା ଭତ୍ତା ୪୬%ରୁ ୫୦%କୁ ବୃଦ୍ଧି ହୋଇଛି। ସାଢ଼େ ୪ ଲକ୍ଷ ସରକାରୀ କର୍ମଚାରୀ ଏଥିରେ ଉପକୃତ ହେବେ। ସେହିପରି ପେନ୍ସନଭୋଗୀଙ୍କ ଟିଆଇରେ ମଧ୍ୟ ୪% ବୃଦ୍ଧି କରାଯାଇଛି। ଏହା ଦ୍ବାରା ସାଢ଼େ ୩ ଲକ୍ଷ ପେନ୍ସନଭୋଗୀ ଉପକୃତ ହେବେ। ୨୦୨୪ ଜାନୁଆରିରୁ ପିଛିଲା ଭାବେ ବର୍ଦ୍ଧିତ ମହଙ୍ଗା ଭତ୍ତା ଲାଗୁ ହେବ।
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବଢ଼ିଲା: ପେନ୍ସନଭୋଗୀ ବି ଉପକୃତ ହେବେ