ଖେଳ

ରାଜ୍ୟ ସରକାରଙ୍କ ଘୋଷଣା- ପ୍ରମୋଦ ଭଗତଙ୍କୁ ଦିଆଯିବ ୬ କୋଟି ଟଙ୍କା

ଟୋକିଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ଓଡ଼ିଶା ସରକାର । ପ୍ରମୋଦଙ୍କୁ ୬ କୋଟି ଟଙ୍କା ଦିଆଯିବ ନେଇ ରାଜ୍ୟ ସରକାର ଆଜି ଘୋଷଣା କରିଛନ୍ତି । ୬ କୋଟି ଟଙ୍କା ସହିତ ଗ୍ରୁପ ‘ଏ’ ସରକାରୀ ଚାକିରି ଦିଆଯିବ ବୋଲି ଘୋଷଣା ହୋଇଛି । ଅଲିମ୍ପିକ ବିଜେତାଙ୍କ ପାଇଁ ପୂର୍ବ ଘୋଷଣା ଅନୁସାରେ ପୁରସ୍କାର ମିଳିବ । ସ୍ୱର୍ଣ୍ଣ ଜିତିଲେ ୬ କୋଟି ଟଙ୍କା ମିଳିବ ବୋଲି ପୂର୍ବରୁ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଫେରିବା ପରେ ପ୍ରମୋଦଙ୍କୁ ଚେକ୍ ଦେବେ ମୁଖ୍ୟମନ୍ତ୍ରୀ ।

ତେବେ ଟୋକିଓ ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତିଛନ୍ତି ପ୍ରମୋଦ ଭଗତ । ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ପାଇଁ ପୁରସ୍କାର ଘୋଷଣା ହୋଇଥିଲା । ସ୍ୱର୍ଣ୍ଣକୁ ୬ କୋଟି, ରୌପ୍ୟକୁ ୪ କୋଟି ଓ କାଂସ୍ୟକୁ ୨.୫ କୋଟି ଟଙ୍କା ଦିଆଯିବ ବୋଲି ଘୋଷଣା ହୋଇଥିଲା । ଏନେଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ