ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ! ଥଣ୍ଡାର ସହର ଘୁ.ଉଦୟଗିରିରେ ହୋଇପାରୁନି ପର୍ଯ୍ୟଟନର ବିକାଶ

ଘୁ.ଉଦୟଗିରି: ଗତ ଦୁଇ ବର୍ଷ ଧରି ସାରା ଓଡ଼ିଶାରେ ଶୀତର ସହର ବା ଅଧିକ ଥଣ୍ଡାର ଅଞ୍ଚଳ ଭାବେ ପରିଚିତ ଘୁ.ଉଦୟଗିରିରେ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଛି। ବର୍ତ୍ତମାନ ଥଣ୍ଡାର ମଜା ନେବା ନିମନ୍ତେ ଏବଂ ସକାଳ କୁହୁଡ଼ି ଓ ସୂର୍ଯ୍ୟ ଉଦୟ ଦେଖିବା ନିମନ୍ତେ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକମାନଙ୍କ ଭିଡ଼ କଳିଙ୍ଗା ଘାଟି, କଳିଙ୍ଗା ଉଦ୍ଭିଦ ଉଦ୍ୟାନ, ବଣଭୋଜି କରିବା ନିମନ୍ତେ କଳିଙ୍ଗା ଝାଉଁ ବଣ, ମୁକୁଲିଙ୍ଗିଆ କାଲିଗାଡୁ ହିଲଟପ, ସିର୍କୀ ଇକୋ ପାର୍କ ଅଭିମୁଖେ ଶୁଅ ଛୁଟିବା ଦେଖିବାକୁ ମିଳୁଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଘୁ.ଉଦୟଗିରି ସହର ଆଖ ପାଖ ଅଞ୍ଚଳରେ ଅନେକ ପର୍ଯ୍ୟଟନସ୍ଥଳୀ ଥିଲେ ମଧ୍ୟ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ରାତ୍ରିଯାପନ ନିମନ୍ତେ ଏଠାରେ ସରକାରଙ୍କ ତରଫରୁ କୌଣସି ସୁବିଧା କରାଯାଇନାହିଁ।

ସ୍ଥାନୀୟ ସହର ଠାରୁ ମାତ୍ର ୭କିମି ଦୂରରେ କାଲିଗାଡୁ ହିଲଟପ ଅବସ୍ଥିତ ଯାହାକି ପର୍ଯ୍ୟଟକଙ୍କ ମନ ମୋହୁଛି। ପ୍ରକୃତି ଖୁନ୍ଦି ଦେଇଛି। ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଏହି ହିଲଟପକୁ ଥରେ ଗଲେ ବାରମ୍ବାର ଯିବାକୁ ମନ ହେବ। ପ୍ରକୃତି ଖୁନ୍ଦି ଦେଇଛି। ହେଲେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏହାର ବିକାଶ ନିମନ୍ତେ କାର୍ପନ୍ୟତା ଅବଲମ୍ବନ କରିବା ଯୋଗୁଁ ପର୍ଯ୍ୟଟକ ମୁହଁ ମୋଡୁଛନ୍ତି। ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର ହେଲେ କୌଣସି ମୌଳିକ ସୁବିଧା ନାହିଁ। ସେଇଭଳି କଳିଙ୍ଗା ଘାଟି ଏବଂ ଏହାର ଆଖପାଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନ ହେବା ଯୋଗୁଁ ପର୍ଯ୍ୟଟକ ଆକର୍ଷିତ ହୋଇନ ପାରି ମନ ଉଣା କରୁଛନ୍ତି। ପର୍ଯ୍ୟଟକଙ୍କୁ ପର୍ଯ୍ୟଟନ କ୍ଷେତ୍ର ଆକର୍ଷିତ କକାଭଳି ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ପର୍ଯ୍ୟଟନ ବିଭାଗ ବିଫଳ ହେବା ଯୋଗୁଁ କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ର ରୁ ସ୍ଥାନୀୟ ଲୋକ ଉପକୃତ ହୋଇପାରୁନଥିବା ବେଳେ ଆର୍ଥିକ ଭିତ୍ତିଭୂମି ମଧ୍ୟ ସୁଦୃଢ଼ ହୋଇପାରୁନି।

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଏକ ଶିଳ୍ପ ଏବଂ ରେଳ ବିହୀନ ଜିଲ୍ଲା। ଏଠାରେ ଏକ ମାତ୍ର ଆର୍ଥିକ ଆୟ କ୍ଷେତ୍ର ହେଉଛି ପର୍ଯ୍ୟଟନ। ତା ପୁଣି ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର।ଉପରବାଲାର ଦେନ ପ୍ରକୃତି ଖୁନ୍ଦି ଦେଇଛି ତାର ଉପଯୋଗ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ଭିତ୍ତିଭୂମି ସୃଷ୍ଟି କରି ଆକର୍ଷିତ କରିବାରେ ସରକାର ବିଫଳ ହେବା ଯୋଗୁଁ ସ୍ଥାନୀୟ ଯୁବପିଢି ଆର୍ଥିକ ଉନ୍ନତି କରିନପାରି କାମଧନ୍ଦା ଅଭାବରୁ ବାହାର ରାଜକୁ ଦାଦନ ଖଟିବାକୁ ଯାଉଛନ୍ତି।

ସୂଚନାନୁସାରେ  ପର୍ଯ୍ୟଟଙ୍କ ସୁରକ୍ଷିତ ଏବଂ ରାତ୍ରି ଯାପନ ନିମନ୍ତେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବ୍ଳକ୍ ଅନ୍ତର୍ଗତ କଳିଙ୍ଗା ଠାରେ ଥିବା ସିଲଭିକଲଚର ରିସର୍ଚ୍ଚ ଷ୍ଟେସନ ମଧ୍ୟରେ ଇକୋ-କଟେଜ୍ ନିର୍ମାଣ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ସ୍ଥିର କରାଯାଇଥିଲା। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁଁ ଆଜି ପର୍ଯ୍ୟନ୍ତ ଇକୋ-କଟେଜ୍ ନିର୍ମାଣ ହୋଇପାରୁନାହିଁ। ଏହା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ । ଉକ୍ତ ସ୍ଥାନରେ ଇକୋ-କଟେଜ୍ ନିର୍ମାଣ କରାଗଲେ ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କଳିଙ୍ଗା ଘାଟି ଅଞ୍ଚଳର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବେ ଏହା ସହିତ କଳିଙ୍ଗା ଅଞ୍ଚଳକୁ ଦୈନିକ ଶହ ଶହ ସଂଖ୍ୟକ ପର୍ଯ୍ୟଟକ ମାନଙ୍କ ଆଗମନ ହେବ ଯାହାଦ୍ୱାରା  ଅଞ୍ଚଳର ଯୁବପିଢି ଏବଂ ମିସନ ଶକ୍ତି ମାଆମାନେ ପର୍ଯ୍ୟଟନ ଶିଳ୍ପ ମାଧ୍ୟମରେ ରୋଜଗାର କ୍ଷମ ହୋଇପାରିବା ସହିତ ସେହିମାନେ ଆର୍ଥିକ ସ୍ବାବଲମ୍ବୀ ହୋଇପାରିବେ ବୋଲି ଜନସାଧାରଣ ଏବଂ ଅଞ୍ଚଳବାସୀ ଦାବି କରୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।