ଅପରାଧ ରାଜ୍ୟ

ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଛି ଶୁଆ: ୫ ଶୁଆ ଉଦ୍ଧାର କଲା ବନ ବିଭାଗ

ଦଶରଥପୁର: ମଂଗଳପୁର ଥାନା ଅର୍ନ୍ତଗତ ଦଶରଥପୁର କାଠଗୋଲା ବୈତରଣୀ ନଦୀ ପଠାରୁ ଶୁଆ ଚୋରା ଚାଲାଣବେଳେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଚଢାଉ କରି ବନ ବିଭାଗ ପକ୍ଷରୁ ୫ ଶୁଆକୁ ଉଦ୍ଧାର କରାଯାଇଥିବାବେଳେ ଶୁଆଧରାଳିମାନେ ଫେରାର ହୋଇଯାଇଥିଲେ । ପ୍ରକାଶଥାଉକି କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଥିବା ତେଲ ସର୍ଭେ (ଅଏଲ ଇଣ୍ଡିଆ)କରୁଥିବା ଲୋକମାନେ ଦୀର୍ଘ ଦିନ ହେବ ଦଶରଥପୁର ଅଂଚଳରୁ ଶୁଆ ଧରି ରାଜ୍ୟ ବାହାରକୁ ଚୋରା ଚାଲାଣ କରିଆସୁଛନ୍ତି । କଲିକତାସ୍ଥ ମୁର୍ଶିଦାବାଦକୁ ଚୋରାରେ ଶୁଆ ଧରି ଚାଲାଣ କରୁଥିଲେ । ସେଠାରୁ ମୋଟାଅଙ୍କର ଅର୍ଥ ପାଉଥିଲେ ।

ମାତ୍ର ନିଟକସ୍ଥ ସମାଜସେବୀ ତଥା ସ୍ନେକ ହେଲ୍ପ ଲାଇନରେ କାର୍ଯ୍ୟକରୁଥିବା ପ୍ରମୋଦ କୁମାର ସାହୁ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ପକ୍ଷରୁ ବନ ଅଧିକାରୀ ଦୁର୍ଯ୍ୟୋଧନ ବେଜଙ୍କ ନେତୃତ୍ୱରେ ସଦଳବଳେ ଆଜି ଚଢାଉ କରି ୫ଟି ଶୁଆକୁ ଉଦ୍ଧାର କରିଥିଲେ । ଖବର ପାଇ ଶୁଆ ଧରାଳିମାନେ ଫେରାର ହୋଇଯାଇଥିଲେ ।

ଫଳରେ ଜବତ ହୋଇଥିବା ୫ ଶୁଆକୁ ଏକ ପଞ୍ଜୁରୀରେ ନେଇ ବଣରେ ଛାଡିଦେଇଥିଲେ । ସୂଚନାଥାଉକି ତେଲ ସର୍ଭେ (ଅଏଲ ଇଣ୍ଡିଆ)ରେ କାର୍ଯ୍ୟ କରୁଥିବା ପ୍ରାୟ ୪ଶହରୁ ଅଧିକ ଲୋକ ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନା ରାଜ୍ୟର ହୋଇଥିବାବେଳେ ସେମାନେ କିଛି ଦିନ ହେବ ଏଠାରେ ରହି ସର୍ଭେ କାର୍ଯ୍ୟ କରୁଥିବାବେଳେ ଶୁଆମାନଙ୍କୁ ଧରି ରାଜ୍ୟ ବାହାରକୁ ଚାଲାଣ କରିଆସୁଥିଲେ । ଚଢାଉ ସମୟରେ ସ୍ନେକହେଲ୍ପ ଲାଇନର ଚିତ୍ତରଂଜନ ପଣ୍ଡା, ଆଲୋକ ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।