ଅପରାଧ ରାଜ୍ୟ

ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ, ୨ ଗିରଫ

ଲମତାପୁଟ ୧୭।୦୫: କାରରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ । କୋରାପୁଟ ଜିଲ୍ଲା ଲମତାପୁଟ ସୁର୍ମି ଗାଁରୁ ହରିୟାଣାକୁ ଗଞ୍ଜେଇ ଚୋରା ଚାଲଣ ବେଳେ ମାଡିବସିଲା ଲମତାପୁଟ ପୋଲିସ। । ଗିରଫ ବ୍ୟକ୍ତି ମାଛକୁଣ୍ଡ ଥାନା ସୂର୍ମି ଗାଁର ସୋନ୍ତୋଷ ଖେମୁଣ୍ଡୁ ଏବଂ ସମେଶ୍ ନିରିକି ବୋଲି ଜଣା ପଡ଼ିଛି ।

ଖବର ଅନୁଯାୟୀ, କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡ଼ିପିଓ ଙ୍କ ନେତୃତ୍ଵ ରେ ମାଛକୁଣ୍ଡ , ଲମତାପୁଟ ପୋଲିସ ଟିମ୍ ମିଳିତ ଭାବେ କନାଗାଁ ଛକ ନିକଟରେ ନାକା ବନ୍ଦୀ କରିଥିଲେ। ଏକ କାର ଦୃତ ଗତିରେ ଆସୁଥିବା ଦେଖି ପୋଲିସ ଅଟକାଇଥିଲା । କାର କୁ ଅଟକାଇ ଯାଞ୍ଚ କରିବାରୁ କାର୍ ଭିତରୁ ୪ ବସ୍ତା ଗଞ୍ଜେଇ ବାହାରଥିଲା। ୪ ଟି ବସ୍ତାରୁ ୧ କ୍ବିଣ୍ଟାଲ ୬କେଜି ଗଂଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ କାରରେ ଥିବା ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ମାଛକୁଣ୍ଡ ଥାନା ସୂର୍ମି ଗାଁର ସୋନ୍ତୋଷ ଖେମୁଣ୍ଡୁ ଏବଂ ସମେଶ୍ ନିରିକି ବୋଲି ଜଣା ପଡ଼ିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।