ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟ ପୁଲିସ୍‌ରେ ୧୩ ହଜାରରୁ ଅଧିକ ପଦବି ଖାଲି

କଟକ : ରାଜ୍ୟ ପୁଲିସ‌ରେ ଏବେ ୧୩ ହଜାରରୁ ଅଧିକ ପଦବି ଖାଲି ପଡ଼ିଛି। ସେଥିରୁ କେବଳ ୧୦ହଜାରରୁ ଅଧିକ ପୁଲିସ ପଦବି ରହିଥିବା ବେଳେ ମିନିଷ୍ଟରିଆଲ୍‌ ଓ ଗ୍ରୁପ୍‌ ଡିରେ ୩ ହଜାରରୁ ଅଧିକ ପଦବି ଖାଲି ପଡିଛି।

ପୁଲିସ ବିଭାଗରେ ଡିଜି ପାହ୍ୟାରୁ ଆରମ୍ଭ କରି ଗ୍ରୁପ୍‌ ଡି ପର୍ଯ୍ୟନ୍ତ ମୋଟ ୭୩ ହଜାର ୭୧୮ଟି ପଦବି ଥିବା ବେଳେ ଏବେ ମୋଟ ୬୦ ହଜାର ୬୪୪ ଜଣ କର୍ମଚାରୀ ଅଛନ୍ତି। ତଥ୍ୟ ଅନୁଯାୟୀ ରାଜ୍ୟରେ ଏବେ ୨ଜଣ ଡିଜି ପାହ୍ୟାର ଅଧିକାରୀ ଥିବା ବେଳେ, ୧୨ ଜଣ ଅତିରିକ୍ତ ଡିଜି ପାହ୍ୟାର (୧୦ ସ୍ବୀକୃତ ପଦବି) ଅଧିକାରୀ ରହିଛନ୍ତି। କିନ୍ତୁ ୧୫ ଆଇଜି ପଦବି ଥିବା ବେଳେ ୯ଜଣ ଆଇଜି ଅଛନ୍ତି। ୧୯ ଡିଆଇଜି ପଦବି ଥିବା ବେଳେ ୯ ଜଣ ଡିଆଇଜି ଅଛନ୍ତି। ୬୩ଟି ଏସ୍‌ପି ପଦବି ଥିବା ବେଳେ ୪୮ ଜଣ ଏସ୍‌ପି ରହିଛନ୍ତି। ୪୬୫ଟି ଡିଏସ୍‌ପି ପଦବି ଥିବା ବେଳେ ଏବେ ୧୮୨ ଜଣ ଡିଏସପି ଅଛନ୍ତି। ୧୨୦ ଟି ଅତିରିକ୍ତ ଏସ୍‌ପିଙ୍କ ପଦବି ଥିବା ବେଳେ ୧୦୧ ଜଣ ଅଛନ୍ତି। ୧୦୭୭ ଇନ୍‌ସପେକ୍ଟର୍‌ ପଦବି ଥିବା ବେଳେ ଏବେ ୯୭୭ ଅଧିକାରୀ ଅଛନ୍ତି। ୩୩୯୯ ସବ୍-ଇନସପେକ୍ଟର(ଏସ୍‌ଆଇ) ପଦବି ଥିବା ବେଳେ ୨୧୬୨ ଜଣ ଏସ୍‌ଆଇ ଅଛନ୍ତି। ୬୩୪ଟି ଡେପୁଟି ସୁବେଦାର ପଦବି ଥିବା ବେଳେ ଅଛନ୍ତି ୪୭୧ ଜଣ। ୪୧୦୭ ଏଏସ୍‌ଆଇ ପଦବି ଥିବା ବେଳେ ୨୫୫୨ ଜଣ କାର୍ଯ୍ୟ କରୁଛନ୍ତି।

The Statesman

ସେହିଭଳି ୨୭୬୨ ହାବିଲଦାର୍‌ ପଦବି ରହିଥିବା ବେଳେ କାର୍ଯ୍ୟ କରୁଛନ୍ତି ୨୩୫୯ ଜଣ। ୨୨ ହଜାର ୨୬୨ କନଷ୍ଟେବଳ ପଦବି ଥିବା ବେଳେ ୧୯ ହଜାର ୧୭୮ଜଣ କାର୍ଯ୍ୟ କରୁଛନ୍ତି। ୫୨୯ଟି ସିପାହୀ ପଦବି ଖାଲି ପଡିଛି। ପୁଲିସ ବିଭାଗରେ ଏଭଳି ମୋଟ ୬୭ ହଜାର ୭୬୨ କାର୍ଯ୍ୟନିର୍ବାହୀ (ଏକ୍‌ଜିକ୍ୟୁଟିଭ୍) ପଦବି ଥିବା ବେଳେ ଏବେ ଅଛନ୍ତି କିନ୍ତୁ ୫୭ ହଜାର ୨୬୫ ଜଣ। ମିନିଷ୍ଟ୍ରିଆଲ୍‌ରେ ୭୫୧ ଓ ଅନ୍ୟାନ୍ୟ ପଦବିରେ ୬୩୯, ଗ୍ରୁପ୍‌ ଡିରେ ୩୨୦୪ ପଦବି ରହିଥିବା ବେଳେ ଏବେ ୨୦୧୭ ଜଣ କାର୍ଯ୍ୟ କରୁଛନ୍ତି। ପୁଲିସ ବିଭାଗରେ ଅଧିକ ପଦବି ସୃଷ୍ଟି ପାଇଁ ପ୍ରସ୍ତାବ ଦିଆଯାଉଥିବା ​ବେଳେ ରହି ଆସିଥିବା ମୂଳ ପଦବିର ୨୦ ପ୍ରତିଶତ ପାଖାପାଖି ଖାଲି ପଡ଼ିବା ଘଟଣା ଉଦ୍‌ବେଗର କାରଣ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।