ଖେଳ ଦେଶ ବିଦେଶ ରାଜ୍ୟ

ରାଜ୍ୟ ତୀରନ୍ଦାଜି: ୬ ପଦକ ସହ କିସ୍‌ର ଆଧିପତ୍ୟ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ୨୨ତମ ରାଜ୍ୟ ତୀରନ୍ଦାଜି ପ୍ରତିଯୋଗିତାର ଦ୍ବିତୀୟ ଦିନରେ କିସ୍‌ ପ୍ରାଧାନ୍ୟ ବିସ୍ତାର କରି ୬ଟି ପଦକ ଅର୍ଜନ କରିଛି। କିସ୍‌ ପ୍ରତିଯୋଗୀମାନେ ଦୁଇଟି ସ୍ବର୍ଣ୍ଣ, ୧ ରୌପ୍ୟ ଓ ୩ କା˚ସ୍ୟ ପଦକ ହାସଲ କରିଛନ୍ତି। ଅନ୍ୟ ସଫଳ ଦଳ ଭାବେ ସାଇ ହାଲ କୋରାପୁଟ ୩ ସ୍ବର୍ଣ୍ଣ ପଦକ ସହ ମୋଟ ୪ ପଦକ ଏବ˚ ସାଇ ସୁନ୍ଦରଗଡ଼ ତିନି ସ୍ବର୍ଣ୍ଣ ପଦକ ପାଇଛି। ମାଲକାନଗିରି କ୍ରୀଡ଼ା ଛାତ୍ରାବାସ, ବଲାଙ୍ଗୀର, କଳାହାଣ୍ତୀ, କେନ୍ଦୁଝର, ଫୁଲବାଣୀ, କଟକ ଓ ବୌଦ୍ଧ ଜିଲ୍ଲାର ତୀରନ୍ଦାଜମାନେ ମଧ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି। ଅପରାହ୍ନରେ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା।

ପ୍ରତିଯୋଗିତାର ମିନି ବିଭାଗର ଇଣ୍ତିଆନ ରାଉଣ୍ତ ବାଳକରେ ସୁନୀଲ ହୋ ପ୍ରଥମ ଓ ସାଗର ରଇତ ଦ୍ବିତୀୟ ହୋଇଛନ୍ତି। ବାଳିକାରେ ମନଶ୍ବରୀ ହାସଦକ ପ୍ରଥମ, ଉଜ୍ଜୟିନୀ କେଶରୀ ଦ୍ବିତୀୟ ଓ ଟେନିସା ମେହେର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ରିକର୍ଭ ରାଉଣ୍ତ ବାଳକରେ ବିଜୟ ମାଢି ପ୍ରଥମ, ଦୀନବନ୍ଧୁ ମାଢୀ ଦ୍ବିତୀୟ, କଇନା ପାଟମାଝି ତୃତୀୟ ହୋଇଛନ୍ତି। ବାଳିକାରେ ପ୍ରଜ୍ଞା ଦଳାଇ ପ୍ରଥମ, ସୁହାସିନୀ ସାମଲ ଦ୍ବିତୀୟ, ବାଳକ କମ୍ପାଉଣ୍ତରେ ସିଦ୍ଧାନ୍ତ କୁମାର ଖରା ପ୍ରଥମ ସ୍ଥାନରେ ରହିଛନ୍ତି। କନିଷ୍ଠ ବିଭାଗର ଇଣ୍ତିଆ ରାଉଣ୍ତ ବାଳକରେ ନିଥନିୟାଲ ମଲ୍ଲିକ ପ୍ରଥମ, ତ୍ରିନାଥ ମୁଣ୍ତା ଦ୍ବିତୀୟ, ରାମେଶ୍ବର ହନ୍ତାଳ ତୃତୀୟ, ବାଳିକାରେ ଲଳିତା ଖଣ୍ତପାତ୍ର ପ୍ରଥମ, ଜୟଲକ୍ଷ୍ମୀ ମଲ୍ଲିକ ଦ୍ବିତୀୟ, ନିହାରିକା ପୂର୍ତ୍ତି ତୃତୀୟ ହୋଇଛନ୍ତି। ରିକର୍ଭ ରାଉଣ୍ତ ବାଳକରେ ରଘୁନାଥ ଖୋସଲା ପ୍ରଥମ, ପୂର୍ଣ୍ଣଚନ୍ଦ୍ର ମାଝୀ ଦ୍ବିତୀୟ, ସୋମନାଥ ହେମ୍ବ୍ରମ ତୃତୀୟ ହୋଇଥିଲା ବେଳେ ବାଳିକାରେ ମମତା ଓରା ପ୍ରଥମ ହୋଇଛନ୍ତି। କମ୍ପାଉଣ୍ତ ରାଉଣ୍ତ ବାଳକରେ ଭାସ୍କର ଖିଲୋ, ରାହୁଲ ମାଡକାମୀ ଓ ଦିବ୍ୟର˚ଜନ ମୁଣ୍ତା ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ହୋଇଛନ୍ତି। ବାଳିକାରେ ପ୍ରୀତି ଓରାମ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ