ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : କୌଣସି କଟକଣା ନଥିବାରୁ ଅନ୍ୟ ଭାଷାର ଚଳଚ୍ଚିତ୍ର ଓଡ଼ିଆ ଭାଷାରେ ଅନବରତ ନକଲ ହୋଇଚାଲିଛି। ଫଳରେ ଓଡ଼ିଆ ଭାଷାରେ ମୌଳିକ ଚଳଚ୍ଚିତ୍ର ନିର୍ମାଣ ପ୍ରାୟ ହେଉନାହିଁ। ଏହା ଅତ୍ୟନ୍ତ ନୈରାଶ୍ୟଜନକ। ଓଡ଼ିଆ ଚଳଚ୍ଚିତ୍ରରେ ନିଜସ୍ବ ଧାରା ବଜାୟ ରଖିବାକୁ ହେଲେ, ଚଳଚ୍ଚିତ୍ର ନିର୍ମାଣରେ ନକଲ ରୋକିବାକୁ ଏକ କଠୋର ବ୍ୟବସ୍ଥା ଲାଗୁ କରିବାକୁ ପଡ଼ିବ। ୨୦୧୯ ମସିହା ପାଇଁ ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମନୋନୟନ ତାଲିକା ରଦ୍ଦ କରିବା ସହ ଏଭଳି ଚିନ୍ତାପ୍ରକଟ କରିଛନ୍ତି ଓଡ଼ିଶା ହାଇକୋର୍ଟ। ନକଲ ସିନେମା ଦିନେ ଓଡ଼ିଆ ସିନେ ଜଗତକୁ ତଳିତଳାନ୍ତ କରିଦେବ ବୋଲି ହାଇକୋର୍ଟ ସତର୍କ କରାଇଦେବା ସହ ଏ ନେଇ କଠୋର ବ୍ୟବସ୍ଥା ଲାଗୁ କରିବାକୁ ମତ ରଖିଛନ୍ତି।
ବୁଧବାର ହାଇକୋର୍ଟଙ୍କର ଏହି ରାୟ ଆସିବା ପରେ ଚଳଚ୍ଚିତ୍ର ମନୋନୟନରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଆବେଦନ କଲା ବେଳେ ସଂପୃକ୍ତ ପ୍ରଯୋଜନା ସଂସ୍ଥାକୁ ଏହାର ସବିଶେଷ ବିବରଣୀ ସହ ଏହା କୌଣସି ଚଳଚ୍ଚିତ୍ରର ନକଲ ନୁହେଁ ବୋଲି ସତ୍ୟପାଠ ଦାଖଲ କରିବାକୁ ହୁଏ। ୨୦୧୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଖୁସି’ ଓ ‘ଗୋଲମାଲ୍ ଲଭ୍’ ପାଇଁ ପ୍ରଯୋଜନା ସଂସ୍ଥା ମଧ୍ୟ ସତ୍ୟପାଠ ଦାଖଲ କରିଥିଲେ। କିନ୍ତୁ ଦୁଇଟି ଯାକ ଚଳଚ୍ଚିତ୍ର ରିମେକ୍ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ ହେଲା ପରେ ପ୍ରଯୋଜନା ସଂସ୍ଥାଙ୍କ ସତ୍ୟପାଠ ମିଥ୍ୟା ବୋଲି ପ୍ରମାଣିତ ହେଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରଯୋଜନା ସଂସ୍ଥା ବା ପ୍ରଯୋଜକଙ୍କ ବିରୋଧରେ କି ପଦକ୍ଷେପ ନେବ ବୋଲି ପ୍ରଶ୍ନ ଉଠୁଛି।
ସତର୍କ କରାଇଲେ ହାଇକୋର୍ଟ
ନକଲ ସିନେମା ଓଡ଼ିଆ ସିନେ ଜଗତକୁ ତଳିତଳାନ୍ତ କରିଦେବ
ମିଥ୍ୟା ସତ୍ୟପାଠ ଦେଇଥିବା ପ୍ରଯୋଜକଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ହେବ?
ମାସକ ଭିତରେ ସାନି ତାଲିକା ପ୍ରସ୍ତୁତ ହେବା ନେଇ ସନ୍ଦେହ
ଏବେ ପ୍ରଶ୍ନ ଉଠୁଛି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏକ ମାସ ଭିତରେ ସଂସ୍କୃତି ବିଭାଗ ନୂଆ ମନୋନୟନ ତାଲିକା ପ୍ରସ୍ତୁତ କରିପାରିବ ତ? ପୁରୁଣା ବିଚାରକ କମିଟି ଆଉ ଥରେ ପୁରସ୍କାର ତାଲିକା ପ୍ରସ୍ତୁତ କରିବେ ନା ନୂଆ ବିଚାରକ କମିଟି ଗଠନ ହେବ? ଆଗକୁ ପୁରସ୍କାର ପ୍ରକ୍ରିୟାରେ ଯେପରି ଏଭଳି ଅସଙ୍ଗତି ନ ଦେଖାଯାଏ, ସେ ନେଇ ସଂସ୍କୃତି ବିଭାଗ କି ପଦକ୍ଷେପ ନେବ? ଚଳଚ୍ଚିତ୍ରପ୍ରେମୀଙ୍କ ମଧ୍ୟରେ ଏମିତି ମାଳ ମାଳ ପ୍ରଶ୍ନ ଉଙ୍କି ମାରୁଥିଲା ବେଳେ ସଂସ୍କୃତି ବିଭାଗର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।
ଏନେଇ ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ କହିଛନ୍ତି, ହାଇକୋର୍ଟଙ୍କ ଏଭଳି ନିଷ୍ପତ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସଂସ୍କାର ଆଣିବାରେ ସାହାଯ୍ୟ କରିବ। ନକଲ ଚଳଚ୍ଚିତ୍ର ପୁରସ୍କାର ପାଇଁ ଯୋଗ୍ୟ ହେବ ନାହିଁ ବୋଲି ଜାଣି ଏବେ ପ୍ରଯୋଜକମାନେ ମୌଳିକ କାହାଣୀ ଉପରେ କାମ କରିବା ଆରମ୍ଭ କରିବେ। ପୁଣି ମୌଳିକ ଚଳଚ୍ଚିତ୍ର ବି ପ୍ରୋତ୍ସାହନ ପାଇବ। ଫଳରେ ଅଧିକ ମୌଳିକଧର୍ମୀ ଓ ନିଚ୍ଛକ କାହାଣୀ ନିର୍ମାଣ ହେବ। ମିଛ ସତ୍ୟପାଠ ଦାଖଲ କରୁଥିବା ତଥା ପୁରସ୍କାରରେ ହେର୍ଫେର୍ କରୁଥିବା ଲୋକଙ୍କ ପାଇଁ ସଂସ୍କୃତି ବିଭାଗ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ବୋଲି ଆଶା କରାଯାଉଛି।
‘ଗୋଲମାଲ୍ ଲଭ୍’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅଶୋକ ପତି କହିଛନ୍ତି, ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଆମେ ସମ୍ମାନ ଜଣାଉଛୁ। କିନ୍ତୁ ଏକ ପୁରସ୍କାର ଚୟନ ପ୍ରକ୍ରିୟାରେ ମୌଳିକ ଚଳଚ୍ଚିତ୍ର ବା ରିମେକ୍ ଚଳଚ୍ଚିତ୍ର ବୋଲି ସେମିତି କିଛି ନଥାଏ। ଯେଉଁ ଚଳଚ୍ଚିତ୍ର ଦର୍ଶକୀୟ ଆଦୃତି ଲାଭ କଲା, ଭଲ ବ୍ୟବସାୟ କଲା ଓ ହିଟ୍ ହେଲା ତାହା ଏକ ଭଲ ଚଳଚ୍ଚିତ୍ର। ରିମେକ୍ ଚଳଚ୍ଚିତ୍ରରେ ଚଳଚ୍ଚିତ୍ରଟିକୁ ଅଲଗା ଭାବରେ ପୁଣି ଥରେ ନିର୍ମାଣ କରାଯାଏ। ଏଥିରେ ସଂପୃକ୍ତ ସମସ୍ତେ ନିଜ ଦକ୍ଷତା ଓ ପରିଶ୍ରମ ବଳରେ ଚଳଚ୍ଚିତ୍ରଟିକୁ ପୁଣି ତିଆରି କରନ୍ତି। ଯଦି ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ଓ ତାଙ୍କ ଦକ୍ଷତାକୁ ସମ୍ମାନ ଜଣାଇ ପୁରସ୍କାରଟିଏ ଦିଆଯାଏ, ତେବେ ଏଥିରେ ଅସୁବିଧା କେଉଁଠି ରହୁଛି?
‘ଖୁସି’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ତାପସ ସରଘରିଆ କହିଛନ୍ତି, ଚଳଚ୍ଚିତ୍ର ପାଇଁ ପୁରସ୍କାର ଆବେଦନ ଏଣ୍ଟ୍ରି ଫର୍ମରେ ଆବେଦନ ହେଉଥିବା ଚଳଚ୍ଚିତ୍ରଟି ରିମେକ୍ ବା ନକଲ ଚଳଚ୍ଚିତ୍ର ହୋଇନଥିବା କଥା ଉଲ୍ଲେଖ ଥିଲା। ଅନୁପ୍ରେରିତ ଚଳଚ୍ଚିତ୍ର ପୁରସ୍କାର ଆବେଦନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। ‘ଖୁସି’ ହେଉଛି କୋରିଅନ୍ ଚଳଚ୍ଚିତ୍ର ‘ହୋପ୍’ରୁ ଅନୁପ୍ରେରିତ ହୋଇଥିବା ଚଳଚ୍ଚିତ୍ର। ‘ଖୁସି’ ଚଳଚ୍ଚିତ୍ରରେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରାକୁ ବି ବେଶ୍ ଗୁରୁତ୍ବ ଦିଆଯାଇଛି। ଯଦି ଚଳଚ୍ଚିତ୍ରକୁ ନେଇ ଏତେ ତର୍ଜମା କରାଯାଉଛି, ତେବେ ବିଗତ ୧୫ ବର୍ଷରେ ଏମିତି ଅନେକ ନକଲ ଚଳଚ୍ଚିତ୍ର ପୁରସ୍କୃତ ହୋଇଛନ୍ତି। ସେସବୁକୁ ବି ତର୍ଜମା କରାଯିବା ସହ ପୁରସ୍କାର ରଦ୍ଦ କରାଯାଉ ବୋଲି ଶ୍ରୀ ସରଘରିଆ ଆହ୍ବାନ ଦେଇଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l