ଖେଳ ରାଜ୍ୟ

ରାଜ୍ୟସ୍ତରୀୟ ଜୁନିୟର ହକି ପ୍ରତିଯୋଗିତା: ପୁରୀକୁ ୭-୦ ଗୋଲରେ ହରାଇଲା ଜଗତସିଂହପୁର ଟିମ୍

ଜଗତସିଂହପୁର, ୩/୧୧ : ଜଗତସିଂହପୁର ଜିଲ୍ଲାର ଜୁନିଅର ମହିଳା ହକି ଦଳକୁ ସଫଳତା। ରାଜ୍ୟ ସ୍ତରୀୟ ଜୁନିୟର ହକି ପ୍ରତିଯୋଗିତାରେ ପୁରୀ ଜିଲ୍ଲାକୁ ୭-୦ ଗୋଲରେ ହରାଇଲା ଜଗତସିଂହପୁର ଜିଲ୍ଲା ଟିମ୍। ଭୁବନେଶ୍ୱର କିଟ୍ ହକି ଷ୍ଟାଡିୟମରେ ଗତ ୨ ତାରିଖରୁ ହକି ଆସୋସିଏସନ ଓଡ଼ିଶା ଦ୍ୱାରା ରାଜ୍ୟ ସ୍ତରୀୟ ଜୁନିୟର ମହିଳା ହକି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏହି ପ୍ରତିଯୋଗିତାରେ ଜଗତସିଂହପୁର ଜିଲ୍ଲା ପ୍ରଥମ ମ୍ୟାଚରେ ପୁରୀ ଜିଲ୍ଲାକୁ ୭-୦ ବ୍ୟବଧାନରେ ହରାଇଛି।

ଜଗତସିଂହପୁରର ଏହି ହକି ଦଳର ସମସ୍ତ ଖେଳାଳୀ ଡି.ଏ.ଭି, ପି.ପି.ଏଲ ସ୍କୁଲର ଛାତ୍ରୀ ଅଟନ୍ତି । ପି.ପି.ଏଲ ପାରାଦ୍ୱୀପ ଦ୍ଵାରା ପରିଚାଳିତ ଏହି ସ୍କୁଲର ହକି ଖେଳାଳୀମାନଙ୍କୁ ପି.ପି.ଏଲ ପାରାଦ୍ୱୀପ ତରଫରୁ ହକି ଖେଳର ଉପକରଣ, ପ୍ରଶିକ୍ଷଣ ଓ ଅନ୍ୟାନ୍ୟ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯାଇଛି।

ଛାତ୍ରୀମାନଙ୍କର ଏହି ଵିଜୟରେ ପିପିଏଲର ମୁଖ୍ୟ ପରିଚାଳନା ଅଧିକାରୀ ପ୍ରଣବ ଭଟ୍ଟାଚାର୍ଯ୍ୟ ଓ ମୁଖ୍ୟ ମନବ ସମ୍ବଳ ଅଧିକାରୀ ଜଗନ୍ନାଥ ଖୁଣ୍ଟିଆ ଖୁସି ବ୍ୟକ୍ତ କରିବା ସହ ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଡିଏଭି ପିପିଏଲ ସ୍କୁଲର ଅଧକ୍ଷ ସଞ୍ଜୀବ କୁମାର ସାହୁ, ଡିଏଭି ଇଫକୋର ଅଧ୍ୟକ୍ଷ ତଥା କ୍ଲସଟର ମୁଖ୍ୟ ବଳରାମ ମହାପାତ୍ର, ଜଗତସିଂହପୁର ଜିଲ୍ଲାର କ୍ରୀଡ଼ା ଅଧିକାରୀ ଓ ଅନ୍ୟମାନେ ଏହି ହକି ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶାଶ୍ୱତ କୁମାର ଭାରତୀୟ ପ୍ରଶିକ୍ଷକ ଓ କୁମାରୀ ଦିପ୍ତୀରେଖା ଦାସ ମ୍ୟାନେଜର ଭାବେ ଦାୟିତ୍ୱ ତୁଲାଇଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ