ଖେଳ

ରାଜ୍ୟସ୍ତରୀୟ କ୍ରିକେଟ୍‌ ଟ୍ରାଏଲ୍‌ କ୍ୟାମ୍ପରେ ବୀରମହାରାଜପୁର ତନୁରାଜ

ବୀରମହାରାଜପୁର: ସାରା ରାଜ୍ୟରେ କ୍ରିକେଟ୍‌ ‌ଖେଳରେ ପାରିଦର୍ଶିତା ଲାଭ କରିଥିବା ଖେଳାଳିଙ୍କୁ ଚୟନ କରି ଓସିଏ ପକ୍ଷରୁ ଟ୍ରାଏଲ କ୍ୟାମ୍ପରେ ଯୋଗ ଦେବା ପାଇଁ ଚୟନ ପ୍ରକିୟା ସରିଛି। ଏହି କ୍ରମରେ ୧୪ ବର୍ଷରୁ କମ୍ ବର୍ଗରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅମରପାଲି ଗ୍ରାମର ତନୁରାଜ ସାହୁ (୧୦) ରହିଛନ୍ତି। ତନୁରାଜଙ୍କ ପିତା ଜୟ ପ୍ରକାଶ ସାହୁ ମଧ୍ୟ ଜଣେ ସୁନାମଧନ୍ୟ ଖେଳାଳି ଭାବରେ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି। ତନୁରାଜ ଏବେ ଅମରପାଲି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାଥମିକ ସ୍କୁଲରେ ଏବେ ପଞ୍ଚମ ଶ୍ରେଣୀ ରେ ପାଠ ପଢ଼ୁଛନ୍ତି। ଏହା ପୂର୍ବରୁ ତନୁରାଜ ଜିଲ୍ଲାସ୍ତରୀୟ କ୍ୟାମ୍ପରେ ସଫଳତା ହାସଲ କରିଛନ୍ତି।

ଏବେ ତନୁରାଜ ରାଜ୍ୟସ୍ତରୀୟ କ୍ୟାମ୍ପରେ କଟକ ବିଡାନାସୀ ଗ୍ରାଉଣ୍ଡ, ରେଭେନ୍ସା ଗ୍ରାଉଣ୍ଡ ଓ ବୋଷ ଗ୍ରାଉଣ୍ଡରେ ୩ଟି ଯାକ ମ୍ୟାଚରେ ଖେଳିବାର ସୁଯୋଗ ପାଇଛନ୍ତି। ଓସିଏ ପକ୍ଷରୁ କରାଯାଇଥିବା ଟ୍ରାଏଲ କ୍ୟାମ୍ପରେ ତନୁରାଜ ସୁଯୋଗ ପାଇଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି।

ଜିଲ୍ଲା କ୍ରିକେଟ୍‌ ସଂଘ, ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ସନ୍ତୋଷ ଭୋଇ, ଜିଲ୍ଲା ପରିଷଦ ସଦସ୍ୟା ଗାୟତ୍ରୀ ପାଣିଗ୍ରାହୀ, ବହଳପଦର ସମିତି ସଭ୍ୟ ପୀତାମ୍ବର ସାହୁ, ଲୁତୁରପଙ୍କ ସମିତି ସଭ୍ୟ ଲବ କୁମାର ସାହୁ, ଲୁତୁରପଙ୍କ କ୍ରିକେଟ୍‌ କ୍ଲବ୍ ସମ୍ପାଦକ ସୁଶୀଲ ପ୍ରଧାନ, ଓସିଏ ମାନ୍ୟତା ପାଇଥିବା ଅମ୍ପାୟାର ଶ୍ୟାମସୁନ୍ଦର ପଣ୍ଡା, ଅମରପାଲି ଗ୍ରାମ୍ୟ କମିଟିର ସଭାପତି ବିଦ୍ୟାଧର ସାହୁ, ସମ୍ପାଦକ ବସନ୍ତ ସାହୁ, ଶିକ୍ଷକ ପ୍ରାଣବନ୍ଧୁ ସାହୁ, ବୀରମହାରାଜପୁର ମିଳିତ ଶିକ୍ଷକ ସଂଘର ସଭାପତି ଯୁଗଳ କିଶୋର ମିଶ୍ରଙ୍କ ସମେତ ବହୁ ସଙ୍ଗଠନ ଓ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଇଛନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ