ଦେଶ ବିଦେଶ

ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା: ମାତ୍ର ୪ ଆସନ ପଛରେ ଏନ୍‌ଡିଏ

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ଖାଲିପଡ଼ିଥିବା ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଶେଷ ହୋଇଛି। ଗତକାଲି ଶେଷ ହୋଇଥିବା ନିର୍ବାଚନରେ ବିଜେପି ୩୦ଟି ଆସନରେ ବିଜୟ ଲାଭ କରିଛି। ଏହି ସଂଖ୍ୟାକୁ ମିଶାଇ ବିଜେପିର ମୋଟ ସଦସ୍ୟ ସଂଖ୍ୟା ୯୭କୁ ଛୁଇଁଥିବା ବେଳେ ଏନ୍‌ଡିଏର ସଦସ୍ୟ ସଂଖ୍ୟା ୧୧୭ରେ ପହଞ୍ଚିଛି। ଯଦିଓ ଏହି ସଂଖ୍ୟା ଏକ ଦଳ ଭାବେ ଏକକ ସଂଖ୍ୟାଗରିଷ୍ଠ ଅଟେ ତଥାପି ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ପାଇଁ ଆହୁରି ୪ ସଦସ୍ୟଙ୍କ ଆବଶ୍ୟକତା ରହିଛି। ରାଜ୍ୟସଭାରେ ମୋଟ ସଦସ୍ୟଙ୍କ ସଂଖ୍ୟା ୨୪୦। ସଂଖ୍ୟାଗରିଷ୍ଠ ପାଇଁ ୧୨୧ ସଦସ୍ୟ ଆବଶ୍ୟକ। ଏପ୍ରିଲ୍‌ ମାସରେ ୫୬ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏଥିପାଇଁ ଅନୁଷ୍ଠିତ ନିର୍ବାଚନରେ, ମୋଟ ୫୬ଟି ଆସନରୁ ବିଜେପି ୩୦ଟି ଆସନରେ ବିଜୟ ହୋଇଛି। ପୂର୍ବରୁ ୨୦ଟି ଆସନରେ ବିନା ପ୍ରତିଦ୍ବନ୍ଦ୍ବିତାରେ ଜିତିଥିବା ବେଳେ ମଙ୍ଗଳବାର ଅନୁଷ୍ଠିତ ନିର୍ବାଚନରେ ୧୦ଟି ଆସନରେ ବିଜୟ ହାସଲ କରିଛି। ଏହି ୩୦ ସଦସ୍ୟଙ୍କ ସହ ବିଜେପିର ସଂଖ୍ୟା ୯୭ ଓ ଏନ୍‌ଡିଏର ସଂଖ୍ୟା ୧୧୭ ହୋଇଛି। ନିର୍ବାଚନ ପରେ ବର୍ତମାନ ରାଜ୍ୟସଭାରେ ବିରୋଧୀ କଂଗ୍ରେସ ଦଳର ମୋଟ ସଦସ୍ୟ ସଂଖ୍ୟା ୨୯ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ