ରାଜ୍ୟ

ରାଜ୍ୟର ଲ’ ଅଫିସରଙ୍କ ୫୦% ଫି’ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ଲ’ ଅଫିସରଙ୍କ ୫୦% ଫି’ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମକଦ୍ଦମା ପରିଚାଳନା କରୁଥିବା ନନ କ୍ୟାଡର ଲ’ ଅଫିସରଙ୍କ ଦୈନିକ ଓ ରିଟେନର ଫି’ ୫୦% ବୃଦ୍ଧି କରାଯାଇଛି। ଏହା ଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧୨୧୫ ଜଣ ଲ’ ଅଫିସର ଉପକୃତ ହେବେ।

ଏହି ବର୍ଦ୍ଧିତ ଫି’ ଅନୁଯାୟୀ କାର୍ଯ୍ୟରତ ୧୮୪ ଜଣ ଏପିପିମାନେ ଦୈନିକ ୧୨୫୦ ଟଙ୍କା ପାଉଥିବା ବେଳେ ଏବେ ଏହା ବୃଦ୍ଧି ହୋଇ ୧୮୭୫ ଟଙ୍କା ହୋଇଛି । ସେହିଭଳି ରିଟେନର ଫି’ ପୂର୍ବରୁ ୮୨୦୦ ଟଙ୍କା ପାଉଥିବା ବେଳେ ଏବେ ୧୨୩୦୦ ଟଙ୍କା ପାଇବେ। ସେହିଭଳି କାର୍ଯ୍ୟରତ ୭୪୦ ଜଣ ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟରମାନେ ପୂର୍ବରୁ ଦୈନିକ ଫି’ ୧୧୦୦ ଟଙ୍କା ପାଉଥିବା ବେଳେ ଏବେ ୧୬୫୦ ଟଙ୍କା ପାଇବେ। ରିଟେନର ଫି ପୂର୍ବରୁ ୪ ହଜାର ଟଙ୍କା ଥିବା ବେଳେ ଏବେ ୬ ହଜାର ଟଙ୍କାକୁ ବୃଦ୍ଧି ପାଇଛି।

ସେହିଭଳି ୮୫ ଜଣ ଏସପିପିମାନେ ପୂର୍ବରୁ ଦୈନିକ ୧୨୫୦ ଟଙ୍କା ପାଉଥିବା ବେଳେ ଏବେ ୧୮୭୫ ଟଙ୍କା ପାଇବେ । ରିଟେନର ଫି ବାବଦକୁ ୮୨୦୦ ଟଙ୍କା ପାଉଥିବା ବେଳେ ଏବେ ୧୨୩୦୦ ଟଙ୍କା ପାଇବେ । ସେହିଭଳି କାର୍ଯ୍ୟରତ ୨୯ ଜଣ ସରକାରୀ ଓକିଲ ଏବଂ ୧୧୩ ଜଣ ସହକାରୀ ସରକାରୀ ଓକିଲ ପୂର୍ବରୁ ରିଟେନର ଫି’ ବାବଦକୁ ୮୨୦୦ ଟଙ୍କା ପାଉଥିବା ବେଳେ ଏବେ ୧୨୩୦୦ ଟଙ୍କା ପାଇବେ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।