ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା: ଚାଲିଗଲା କେତୋଟି ଅମୂଲ୍ୟ ଜୀବନ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି କେତେକଙ୍କ ଜୀବନ ଯାଇଛି।

ହାଇୱା ପଛରେ ପିଟିଲା ବାଇକ୍‌, ଜଣେ ମୃତ
ଢେଙ୍କିକୋଟ: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ଡଙ୍ଗାଦର ପୋଲ ନିକଟରେ ଗତକାଲି ସନ୍ଧ୍ୟା ପ୍ରାୟ ୮ଟା ସମୟରେ ହାଇଓ୍ବା ପଛରେ ଏକ ବାଇକ୍ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ମୃତକ ହେଲେ କରଞ୍ଜିଆ ଥାନା ପିଙ୍ଗୁ ଗ୍ରାମର ରାଜେନ୍ଦ୍ର ଚାତାର। ରାଜେନ୍ଦ୍ର ରକ୍ଷାବନ୍ଧନ ପାଇଁ ଶ୍ବଶୁରକୁ ଆସିଥିଲେ। ଗୁରୁତର ଆହତ ଜଣଙ୍କ ହେଲେ ଘଟଗାଁ ଥାନା ଅନ୍ତର୍ଗତ ତରା ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମର ସାହୁ ମୁଣ୍ଡା। ଉଭୟ ଢେଙ୍କିକୋଟରୁ ବାଇକ୍ ଯୋଗେ ନିଜ ଗ୍ରାମକୁ ଫେରୁଥିବା ସମୟରେ ଡଙ୍ଗାଦର ନାଳ ନିକଟରେ ରାସ୍ତାକଡ଼ରେ ଛିଡା ହୋଇଥିବା ଏକ ହାଇଓ୍ବା ପଛରେ ବାଇକ୍‌ଟି ଧକ୍କା ହୋଇଥିଲା। ଢେଙ୍କିକୋଟ ପୁଲିସ ପହଞ୍ଚି ହାଇଓ୍ବାକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

କୂଅରେ ପଡ଼ି ନାବାଳିକା ମୃତ
ସୁକିନ୍ଦା:  ସୁକିନ୍ଦା ଥାନା ଅନ୍ତର୍ଗତ ବର୍ତ୍ତଣ୍ଡା ଗ୍ରାମରେ କୂଅରେ ଖସି ପଡ଼ିବାରୁ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ମୃତ ନାବାଳିକା ଏହି ଗ୍ରାମର ଅନାମ ପ୍ରଧାନଙ୍କ ଝିଅ ମାମାଲି(୧୭)। ଘର ପାଖରେ ଥିବା ଏକ କୂଅରୁ ପାଣି କାଢୁଥିବା ସମୟରେ ମାମାଲି ଅସାବଧାନତା ଯୋଗୁଁ କୂଅ ଭିତରେ ପଡ଼ି ଯାଇଥିଲେ। ଗଭୀର କୂଅରୁ ତାଙ୍କୁ ଉଦ୍ଧାର କରିବା ବିଳମ୍ବ ହୋଇଯାଇଥିଲା। ପରିବାର ଲୋକେ ମାମାଲିଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ହେଲେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ସୁକିନ୍ଦା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଥିଲା। ବ୍ୟବଚ୍ଛେଦ ନିମନ୍ତେ ମୃତଦେହ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି।

ଦୁର୍ଘଟଣାରେ ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ
ଚଣ୍ଡିଖୋଲ : କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ବାଲିଚନ୍ଦ୍ରପୁର ଶାଖାର କର୍ମଚାରୀ ମିନତି କାହାଳୀ (୫୨) ଙ୍କର ଗତକାଲି ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ରୁକୁଟିପାଟ ଗ୍ରାମର କୁନିଆଁ କାହାଳୀଙ୍କ ପତ୍ନୀ ମିନତି ଆଜି ମଧ୍ୟାହ୍ନରେ ତାଙ୍କ ନାତି ସହିତ ଏକ ବାଇକ୍‌ ଯାଉଥିଲେ। ୫୩ ନମ୍ବର ଜାତୀୟ ରାଜପଥ ଦେଇ କେନ୍ଦ୍ରାପଡ଼ା ଜିଲ୍ଲା ଓରାଟଘାଟକୁ ଯାଉଥିବା ବେଳେ ପଞ୍ଚୁପାଣ୍ଡବ ଛକ ନିକଟରେ ତାଙ୍କ ବାଇକ୍‌କୁ ଏକ ଟ୍ରକ୍‌ (ଓଡି-୦୯ଜେ-୨୫୦୧) ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ମିନତିଙ୍କର ମୃତ୍ୟୁ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ମିନତି ପୂର୍ବରୁ ବାଲିଚନ୍ଦ୍ରପୁର ବଜାର ସଫେଇ କାର୍ଯ୍ୟରେ ନିୟୋଜିତ ଥିଲେ। ତାଙ୍କ ସ୍ୱାମୀ ବହୁଦିନ ହେଲା ପାକ୍ଷାଘାତ ରୋଗରେ ପୀଡ଼ିତ ଅଛନ୍ତି। ମିନତିଙ୍କ ଅକାଳ ବିୟୋଗରେ ବାଲିଚନ୍ଦ୍ରପୁର ଶାଖା କାର୍ଯ୍ୟାଳୟରେ ପରିଚାଳକ ଦେବେନ୍ଦ୍ର କୁମାର ଦେଓଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା କରାଯାଇଥିଲା

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।