ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ୩୭୮୮ଜଣ ଡେଙ୍ଗୁ ରୋଗୀ, ଖୋର୍ଦ୍ଧାରେ ସର୍ବାଧିକ

ଭୁବନେଶ୍ୱର ୨୧।୦୯ : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୭୮୮ ଡେଙ୍ଗୁ ରୋଗୀ । ୨୭ ହଜାର ୭୫୯ ସାମ୍ପୁଲ୍ ଟେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୩୭୮୮ ଆକ୍ରାନ୍ତ । ଖୋର୍ଦ୍ଧାରେ ସର୍ବାଧିକ ୨୧୩୮ ହୋଇଥିବା ବେଳେ କୋରାପୁଟରେ ୩୫୯, ରାୟଗଡ଼ାରେ ୩୨୧, ମାଲକାନାଗିରିରେ ୨୩୨ ଆକ୍ରାନ୍ତ ଚିହ୍ନଟ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏବେ ସୁଦ୍ଧା ରାଜ୍ୟରେ ସରକାରୀ ଭାବେ ଡେଙ୍ଗୁରେ କୌଣସି ଲୋକଙ୍କ ମୃତ୍ୟୁ ହୋଇନାହିଁ। ୨୦୨୧ରେ ଏହି ସମୟରେ ୩ ହଜାର ୮୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ମୋଟ ୧୫ ହଜାର ୮୩୮ ସାମ୍ପୁଲ ଟେଷ୍ଟ ହୋଇଥିଲା। ଗତବର୍ଷ ତୁଳନାରେ ପଜିଟିଭିଟି ରେଟ କମିଥିବା ବେଳେ ଦୈନିକ ସଂକ୍ରମଣ ବି କମିଛି। ମୌସୁମୀ ସମୟରେ ଓ ମୌସୁମୀ ପରେ ଡେଙ୍ଗୁ ସାମାନ୍ୟ ବଢ଼ିଥିବା ବେଳେ ଏବେ ହ୍ରାସ ପାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ