ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ସ୍ୱାଇନ ଫ୍ଲୁ, ଭୁବନେଶ୍ୱର ୟୁନିଟ-୪ ଅଞ୍ଚଳର ଦୁଇ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ୦୩/୦୬: କରୋନା, ଟମାଟୋ ଫ୍ଲୁ ଡର ମଧ୍ୟରେ ରାଜ୍ୟରେ ଦେଖାଦେଇଛି ସ୍ୱାଇନ ଫ୍ଲୁ ଆତଙ୍କ । ଯଦିଓ ଏହି ରୋଗ ପୂର୍ବରୁ ଚିହ୍ନଟ ହୋଇଥିଲା । ଏବେ ପୁଣିଥରେ ରାଜ୍ୟରେ ଚିହ୍ନଟ ହଇଛନ୍ତି ସ୍ୱାଇନ ଫ୍ଲୁ ରୋଗୀ । ଏବେ ରାଜଧାନୀ ଭୁବନେଶ୍ୱରେ SWINE ଫ୍ଲ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱର ୟୁନିଟ ୪ ଅଂଚଳର ଏକ ଘରୋଇ ମେଡ଼ିକାଲରେ ଦୁଇ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱର ସୁନ୍ଦରପଦା ଅଂଚଳର ଜଣେ ପୁରୁଷ ୩୭ ବର୍ଷୀୟ ହୋଇଥିବାବେଳେ ଆଉ ଜଣେ ୨୭ ବର୍ଷୀୟ ମହିଳା ।

ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଜନ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର । ତେବେ ଏହାକୁ ନେଇ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି । ତାଙ୍କ ମତରେ ସାଧାରଣତଃ ପ୍ରାକ୍ ମୌସୁମୀ ଓ ଶୀତଦିନେ ସ୍ୱାଇନ ଫ୍ଲୁ ଦେଖାଦେଇଥାଏ । ତେବେ ଦୁଇ ଆକ୍ରାନ୍ତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ